ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲାଣି। ୨ ଦିନ ମଧ୍ୟରେ ୧୦ ଟଙ୍କା ବଢିଲାଣି। ଗତ ୨ ଦିନ ତଳେ କଟକ ଛତ୍ର ବଜାରରେ ଆଳୁ ଧଡା( ୩ କି.ଗ୍ରା.) ପ୍ରତି ୬୦ଟଙ୍କା ଥିବାବେଳେ ଏବେ ୭୦ଟଙ୍କାରେ ପହଞ୍ଚିଛି। ସେହିପରି  ପିଆଜ ମୂଲ୍ୟ ୮୦ ଟଙ୍କାବେଳେ ଏବେ ୧୧୦/୧୨୦ ଟଙ୍କାରେ ପହଞ୍ଚିଛି। ମହାରାଷ୍ଟ୍ର ନାସିକରେ ପ୍ରବଳ ବର୍ଷା ଯୋଗୁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଥିବା ଯୋଗୁ ମୂଲ୍ୟ ବୃଦ୍ଧି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ସିଏଏ ହିଂସା ଯୋଗୁ ପରିବହନ ବାଧାପ୍ରାପ୍ତ ହେବା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ବୋଲି ସେମାନେ ମତ ଦେଇଛନ୍ତି।