ପାହାଡ଼ ଚଢ଼ି ଆଦିବାସୀ ଗାଁରେ ପହଞ୍ଚିଲେ ବିଡିଓ

ଦଶପଲ୍ଲା,୩୧ା୧୦: ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ଦଶପଲ୍ଲା ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗସ୍ତ କରାଯାଉଛି। ତେଣୁ ପାହାଡ଼ ଚଢ଼ି ଏବଂ ନାଳ ଅତିକ୍ରମ କରି ସେମାନଙ୍କ ନିକଟତର ହୋଇଛନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ।
ବୁଧବାର ପୂର୍ବାହ୍ନରେ ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ବ୍ଲକ କର୍ମଚାରୀମାନଙ୍କ ସହ ଆଦିବାସୀବହୁଳ ଘଘୁଡିପଡ଼ା ପଞ୍ଚାୟତର ଖଳିଘଟି ଗ୍ରାମ ଗସ୍ତ କରିଥିଲେ। ରାଇମଡ଼ାଠାରେ ଗାଡ଼ି ରହିବା ପରେ ଖଳିଘଟି ଗ୍ରାମକୁ ଯିବା ପାଇଁ ବାହାରିଥିଲେ। ରାସ୍ତାରେ ଥିଲା ପାହାଡ। ୪ କି.ମି.ଯାଏ ପାହାଡିଆ ରାସ୍ତାରେ ଚାଲିବା ଭିତରେ ୪ଟି ନାଳ ଅତିକ୍ରମ କରିଥିଲେ। ଉକ୍ତ ନାଳ ପାହାଡ଼ରୁ ଝର ବାହାରି ପ୍ରବାହିତ ହୋଇଥାଏ। ଗ୍ରାମବାସୀ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ବିଡ଼ିଓ ମହାନ୍ତି ଗ୍ରାମରେ ପହଞ୍ଚିବା ମାତ୍ରେ ଜନସାଧାରଣ ଖୁସିରେ ପାଛୋଟି ନେଇଥିଲେ। ଗ୍ରାମର ଜନସାଧାରଣଙ୍କ ସହିତ ଆଲୋଚନା ବେଳେ ଗ୍ରାମବାସୀ ମୁଖ୍ୟ ସମସ୍ୟା ରାସ୍ତା ନେଇ ଅଭିଯୋଗ କରିଥିଲେ। ରାସ୍ତା ନିର୍ମାଣ ହେଲେ ବହୁ ସମସ୍ୟା ଦୂର ହେବ ବୋଲି କହିଥିଲେ। ଉକ୍ତ ରାସ୍ତା ନିର୍ମାଣ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୬ ଲକ୍ଷ ଟଙ୍କା ଦେବା ଲାଗି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗ୍ରାମରେ ୩ଜଣ ଖାଉଟି କାର୍ଡରୁ ବଞ୍ଚିତ ଅଭିଯୋଗରେ ଶୀଘ୍ର ସେମାନଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ବିଡିଓ କହିଥିଲେ।
ଗ୍ରାମରେ ବିଦ୍ୟୁତ୍‌ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି ଅଥଚ ସଂଯୋଗ ହୋଇନାହିଁ। ଆଲୋକ ସୁବିଧା ନିମନ୍ତେ ସୋଲାର ଲାଇଟ୍‌ ବ୍ୟବସ୍ଥା କରିବେ ବୋଲି ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ବିଡିଓ ଏବଂ ବ୍ଲକ କର୍ମଚାରୀ ସନ୍ଧ୍ୟାରେ ବ୍ଲକ ଅଫିସଠାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?