ପାର୍ଲାମେଣ୍ଟ ଶୀତ ଅଧିବେଶନ ପାଇଁ ବିଜେଡିର ରଣନୀତି: କେନ୍ଦ୍ରୀୟ ଅନୁଦାନ, ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବ, ସେନେଇ ବିଜେଡି ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ଗଣମାଧ୍ୟମ ସଂଯୋଜକ ସସ୍ମିତ୍‌ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ଜରୁରିକାଳୀନ ପାଣ୍ଠି ବାବଦକୁ ୨୦୨ କୋଟି ଟଙ୍କା ରାଜ୍ୟ ପାଇବାକୁ ବାକି ରହିଛି। ବିଭିନ୍ନ ଯୋଜନା ଏବଂ ଅନୁଦାନରେ ରାଜ୍ୟ ପାଇବାକୁ ଥିବା ୮୧୮ କୋଟି ଟଙ୍କାର ପ୍ୟାକେଜ୍‌ ମଧ୍ୟ ଏଯାବତ୍‌ ପ୍ରଦାନ କରାଯାଇନାହିଁ। ଯଥାଶୀଘ୍ର କେନ୍ଦ୍ର ଏହାକୁ ପ୍ରଦାନ କରୁ ବୋଲି ଦାବି କରାଯିବ। କେନ୍ଦ୍ରୀୟ ଯୋଜନାରେ ଫନୀ ପ୍ରଭାବିତ ଏବଂ ଅନ୍ୟ ହିତାଧିକାରୀଙ୍କୁ ସାମିଲ ସହ ଜିଓ ଟ୍ୟାଗିଂ ପାଇଁ କୁହାଯିବ। ସିବିଏସ୍‌ଇ ଦ୍ୱାରା କରାଯାଇଥିବା ଫି’ ବୃଦ୍ଧିକୁ ପ୍ରତ୍ୟାହାର ନେଇ ଦାବି କରାଯିବ ବୋଲି ସସ୍ମିତ୍‌ କହିଛନ୍ତି। ପିଡିଏସ୍‌ ବାବଦରେ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ଓଡ଼ିଶାକୁ ୨୧୨୩ କୋଟି, ୨୦୧୮ରୁ ଗତ ସେପ୍ଟେମ୍ବର ସୁଦ୍ଧା ୧୩୪୫ କୋଟି ଟଙ୍କା ଦେବାକୁ ରହିଛି। ଏହି ଅର୍ଥ ଅବିଳମ୍ବେ ପ୍ରଦାନ ପାଇଁ ରାଜ୍ୟ ପକ୍ଷରୁ କୁହାଯିବ। ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଉ। ଏ ସମ୍ପର୍କିତ ବିଲ୍‌ ଗୃହରେ ଆଣିବା ସହ ଗୃହୀତ କରାଇବା ପାଇଁ ବିଜେଡି ଦାବି କରିବ। ସେହିଭଳି ସାରା ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ ଏବଂ ଟେଲି ଯୋଗାଯୋଗ, ଜାତୀୟ ରାଜପଥର ଦୈର୍ଘ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନେବା ଲାଗି କୁହାଯିବ ବୋଲି ସସ୍ମିତ୍‌ ସୂଚନା ଦେଇଛନ୍ତି।
ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ ନାହିଁ। ଏହାକୁ ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦର ସ୍ଥାନ କରିବାକୁ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ଦରକାର ବୋଲି ବିଜେଡି ପକ୍ଷରୁ କୁହାଯାଇଛି। କେନ୍ଦ୍ର ଦ୍ୱାରା ଚିହ୍ନଟ କରାଯାଇଥିବା ୧୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଜ୍ୟର ଅନୂ୍ୟନ ୨ଟି ସ୍ଥଳୀକୁ ସ୍ଥାନ ଦେବା ପାଇଁ ଦାବି କରାଯାଇଛି। ଅନୁରୂପଭାବେ ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କରାଯିବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଅତୀତର ଗୌରବଗାଥା ବହନ କରିଥାଏ। ଏହାର ସ୍ମୃତି ବହନ କରୁଥିବା କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟର ମାନ୍ୟତା ଦେବା ପାଇଁ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯିବ ବୋଲି ସସ୍ମିତ୍‌ କହିଛନ୍ତି। ଅପରପକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri