ପାର୍ଲାମେଣ୍ଟରେ ଆଗତ ହୋଇଛି ବିଲ୍‌;ଓଭରଟାଇମ୍‌ ପାଇଁ ଲିଖିତ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ,୩୦-୭: ମୋଦି ସରକାରଙ୍କ ପ୍ରସ୍ତାବ ଲାଗୁ ହେଲେ ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନର କର୍ମଚାରୀଙ୍କ ଉପରେ ନିଯୁକ୍ତିଦାତା ଆଉ ହାକିମାତି ଦେଖାଇପାରିବେ ନାହିଁ। କାମ ଶେଷ ପାଇଁ ଓଭର ଟାଇମର ଆବଶ୍ୟକତା ହେଲେ ନିଯୁକ୍ତିଦାତାଙ୍କୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଏଥିପାଇଁ ଲିଖିତ ଅନୁମତି ନେବାକୁ ହେବ। ତାଙ୍କ ମଞ୍ଜୁରୀ ବିନା କମ୍ପାନୀ ତାଙ୍କୁ ଓଭର ଟାଇମରେ କାମ କରାଇ ପାରିବେ ନାହିଁ। କେବଳ ସେତିକି ନୁହେଁ ତାଙ୍କର ଓଭର ଟାଇମ ପାଇଁ ଦୁଇଗୁଣା ମଜୁରୀ ଦେବାକୁ ପଡିବ।
କର୍ମଚାରୀଙ୍କ କାର୍ଯ୍ୟାଳୟ,ପେସାଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟଦଶା ଉପରେ କୋଡ୍‌ ଅନ୍‌ ଅକୁପେଶନାଲ ସେଫ୍ଟି ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ ୨୦୧୯ ବିଲ୍‌କୁ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ବେସିକ ପେ, ମୁଦ୍ରାସ୍ଫୀତି ଭତ୍ତା ଓ ରିଟେନ୍ସନ ପେ’କୁ ସାମିଲ କରାଯାଇଛି। ବିଲ୍‌ରେ କୁହାଯାଇଛି ଯେ, ନିଯୁକ୍ତିଦାତା କମ୍ପାନୀ କୌଣସି କର୍ମଚାରୀଙ୍କୁ ବିନା ତାଙ୍କର ଲିଖିତ ଅନୁମୋଦନରେ ଓଭର ଟାଇମ କରାଇ ପାରିବେ ନାହିଁ। ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌(ଏନ୍‌ଏସ୍‌ଓ)ର ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ମୁତାବକ, ଦେଶରେ ଅଧିକାଂଶ କର୍ମଚାରୀ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଯାହା କି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଠାରୁ ଅଧିକ। ସର୍ଭେ ଅନୁଯାୟୀ, ବେତନଭୋଗୀ ଅଥବା ନିୟମିତ କର୍ମୀ ସପ୍ତାହରେ ୫୩ରୁ ୫୬ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେହିପରି ସ୍ବରୋଜଗାରରେ ନିୟୋଜିତ ବ୍ୟକ୍ତି ସପ୍ତାହରେ ୪୬ରୁ ୫୪ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ କାଜୁଆଲ କର୍ମଚାରୀ ୪୩ରୁ ୪୮ ଘଣ୍ଟା କାମ କରୁଛନ୍ତି। ପୂର୍ବରୁ ଓଭର ଟାଇମ ଲାଗି କୌଣସି କର୍ମଚାରୀଙ୍କ ଠାରୁ ଅନୁମତି ନେବାକୁ ପଡୁ ନ ଥିଲା। ଏହା ଆପେ ଆପେ ମିଳିଛି ବୋଲି ଧରିନିଆଯାଉଥିଲା। ତେବେ ସରକାର ନୂଆ ବିଲ୍‌ ମାଧ୍ୟମରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥିରେ କୁହାଯାଇଛି ଯେ, ମାସରେ ସର୍ବାଧିକ ଓଭରଟାଇମ ୧୦୦ ଘଣ୍ଟା ବଦଳରେ ୧୨୫ ଘଣ୍ଟା ହେବ। ଗତ ବର୍ଷ ଏଥିଲାଗି ଜନତାଙ୍କ ଠାରୁ ମତାମତ ଲୋଡାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଗୋଟିଏ ଦିନରେ ୧୦ ଘଣ୍ଟାରୁ ଅଧିକ କାମ କରାଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନର ବିଲ୍‌ରେ ଏହାକୁ ସାମିଲ କରାଯାଇନାହିଁ। ବହୁ ବର୍ଷର ପରିଶ୍ରମ ପରେ ଅବଶେଷରେ କେନ୍ଦ୍ର ସରକାର ପୁନର୍ବାର ଶ୍ରମିକଙ୍କ ସ୍ବାର୍ଥରକ୍ଷା ଲାଗି ସଂଗଠିତ ତଥା ଅସଂଗଠିତ ସେକ୍ଟରରେ ଶ୍ରମ ଆଇନ ସଂସ୍କାର ବିଲ୍‌ ୨୦୧୯ ଜରିଆରେ ସର୍ବନିମ୍ନ ମଜୁରି ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ଗତଥର ୨୦୧୭ରେ ସରକାର ଏଭଳି ପ୍ରୟାସ କରିଥିଲେ। ପରେ ଏହି ବିଲ୍‌ର ତର୍ଜମା ଲାଗି ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଥିଲା। କିନ୍ତୁ ଏହାକୁ ପାର୍ଲାମେଣ୍ଟରେ ଅନୁମୋଦନ ମିଳି ନ ଥିଲା। ଏହି ବିଲ୍‌ରେ ଶ୍ରମିକଙ୍କ ବେତନ ସହ ଜଡ଼ିତ ବର୍ତ୍ତମାନର ୪ ଆଇନ ପେମେଣ୍ଟସ ଅଫ୍‌ ଓ୍ବେଜେସ୍‌ ଆକ୍ଟ ୧୯୩୬, ମିନିମମ୍‌ ଓ୍ବେଜେସ୍‌ ଆକ୍ଟ ୧୯୪୯, ପେମେଣ୍ଟ ଅଫ୍‌ ବୋନସ୍‌ ଆକ୍ଟ ୧୯୬୫ ଓ ଇକୁଆଲ ରେମୁନରେଶନ ଆକ୍ଟ ୧୯୭୬କୁ କୋଡ୍‌ରେ ସାମିଲ କରାଯାଇଛି। କୋଡ୍‌ ଅନ୍‌ ଓ୍ବେଜେସ୍‌ରେ ସର୍ବନିମ୍ନ ମଜୁରିକୁ ପ୍ରତ୍ୟେକ ସ୍ଥାନରେ ସମାନ ଭାବେ ଲାଗୁ କରିବାକୁ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ସାରା ଦେଶରେ ଶ୍ରମିକଙ୍କୁ ଏକ ସମାନ ବେତନ ମିଳିବା ସୁନିଶ୍ଚିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri