ପାର୍କର ଭ୍ରମ ସୃଷ୍ଟି କରୁଛି ପୋଖରୀ ହୁଡା : ଗ୍ରାମୀଣ ବିକାଶ ଯୋଜନାରେ ହେଲା ନବୀକରଣ

ନୟାଗଡ଼ ଅଫିସ,୪ା୧୧: ଦିନେ ପରିତ୍ୟକ୍ତ ହୋଇପଡିଥିବା ପୋଖରୀ ଏବେ ପାର୍କର ଭ୍ରମ ସୃଷ୍ଟି କରୁଛି। ପୋଖରୀ ସଫା କରାଯିବା ସହିତ ହୁଡ଼ାରେ ବିଭିନ୍ନ ପ୍ରକାର ଫୁଲ ଓ ଫଳଗଛ ଲଗାଯାଇଛି। ଆବର୍ଜନା ପକାଇବା ପାଇଁ ୫ଟି କୁଣ୍ଡ ରଖାଯାଇଛି। ସେହିଭଳି ଅବସର ବିନୋଦନ ଲାଗି ପୋଖରୀ କୂଳରେ ସିମେଣ୍ଟ ବେଞ୍ଚ ସ୍ଥାପନ କରାଯାଇଛି। ଏଭଳି ଚିତ୍ର କୌଣସି ସହର ନୁହେଁ, ନୟାଗଡ଼ ବ୍ଲକ ଜେମାଦେଈପୁରପାଟଣା ପଞ୍ଚାୟତ ରଘୁନାଥପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ରଘୁନାଥପ୍ରସାଦ ଗ୍ରାମରେ ୧୭୩ ପରିବାର ବସବାସ କରନ୍ତି। ଗ୍ରାମର ଲୋକମାନେ ଗାଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଗ୍ରାମରେ ଥିବା ଦୁଇଟି ପୋଖରୀ ଉପରେ ନିର୍ଭର କରିଥାନ୍ତି। ଗାଁ ମଝିରେ ଥିବା ପୋଖରୀରେ ପୂର୍ବରୁ ପାହଚ ଠିକ୍‌ ନ ଥିବାବେଳେ ଖରାଦିନେ ପାଣି ଶୁଖିଯାଉଥିଲା। ପୋଖରୀ ହୁଡ଼ା ଠିକ୍‌ ନ ଥିବାରୁ ବର୍ଷାଦିନେ ଗ୍ରାମର ମଇଳା ପାଣି ପୋଖରୀରେ ପଶୁଥିଲା। ଏହା ଦ୍ୱାରା ପୋଖରୀ ପାଣି ଦୂଷିତ ହେଉଥିଲା। ଏହାକୁ ବ୍ୟବହାର କରି ଲୋକମାନେ ଚର୍ମରୋଗରେ ଶିକାର ହେଉଥିଲେ। ଚଳିତ ବର୍ଷ ଗ୍ରାମ ବିକାଶ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପରିବର୍ତ୍ତନର ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନାରେ ଗ୍ରାମର ଥିବା ଏହି ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ କରାଯାଇଛି। ପୋଖରୀକୁ ଗଭୀର କରାଯିବା ସହ ହୁଡ଼ା ଉଚ୍ଚା କରାଯାଇଛି। ପାହଚ ମରାମତି କାର୍ଯ୍ୟ ମଧ୍ୟ ହୋଇଛି। ସେହିଭଳି ପୋଖରୀ ସୁନ୍ଦର ଦେଖାଯିବା ପାଇଁ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହୁଡ଼ାରେ ୮୦ଟି ନଡ଼ିଆ ଗଛ ଲଗାଯିବା ସହିତ ପୋଖରୀରେ ମାଛ ଯାଅଁଳ ଛଡ଼ାଯାଇଛି। ଗ୍ରାମରେ କମିଟି କରାଯାଇ ଏହାର ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏଥିରୁ ଆଦାୟ ହେବାକୁ ଥିବା ଟଙ୍କା ଦ୍ୱାରା ଗ୍ରାମ୍ୟ ସମୂହ ଉନ୍ନୟନ ପାଣ୍ଠି ବୃଦ୍ଧି ପାଇବ। ପୋଖରୀ ହୁଡ଼ାକୁ ସମ୍ପୂର୍ଣ୍ଣ ମଳମୁକ୍ତ କରାଯାଇଛି। ଜଳର ସ୍ଥାୟିତ୍ୱ ଆମର ଦାୟିତ୍ୱ ନାରା ଦେଇ ଜଳକୁ ସଂରକ୍ଷଣ କରି ରଖାଯାଇଛି। ଗାଁ ଲୋକଙ୍କ ଏକତା ଓ ଉଦ୍ୟମ ବିକାଶମୂଳକ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ସହାୟକ ହୋଇଛି। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜିଲାର ଅନ୍ୟ ଗ୍ରାମରେ ଥିବା ପୋଖରୀମାନଙ୍କରେ କରାଯିବ ବୋଲି ଗ୍ରାମବିକାଶ ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri