ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତର ଅଜୟ ଦାସ। ସୂଚନାଯୋଗ୍ୟ, ଅଜୟ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ସେ ୩ଜଣ ମହିଳାଙ୍କୁ ବିବାହ କରିସାରିଛନ୍ତି। ହେଲେ ୧୧ମାସ ପୂର୍ବରୁ ସେ ପୁଣି ଥରେ ୪ର୍ଥ ସ୍ତ୍ରୀ ଗ୍ରହଣ କରିଥିଲେ। ଶନିବାର ସକାଳେ କୌଣସି କାରଣକୁ ନେଇ ଅଜୟ ଓ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ତାଙ୍କୁ ଅନ୍ଧକାରରେ ରଖି କାହିଁକି ସେ ଚତୁର୍ଥ ବିବାହ କରିଛନ୍ତି ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଅଜୟ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ଦେଖି ୪ର୍ଥ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।