ପାରିବାରିକ ଅଶାନ୍ତି, ଅଧ୍ୟାପକଙ୍କ ଆତ୍ମହତ୍ୟା

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁରସ୍ଥିତ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ପ୍ରଭାକର ମହାପାତ୍ର ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଅଶାନ୍ତିକୁ ନେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

ସୂଚନାନୁଯାୟୀ, ପ୍ରଭାକର ସକାଳେ ଉଠିବା ପରେ ଶୌଚ ହେବାକୁ ଯାଇ କୁଅକୁ ଡେଇଁ ପଡ଼ିଥିଲେ। ପରିବାରଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ କରିଛି।