ପାରାଲାଲ ବାର୍ସ ବିଶ୍ୱକପ୍‌ ଫାଇନାଲରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ,୧।୬(ପିଟି)- ଓଡ଼ିଆ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭାନିଆର କୋପରଠାରେ ଚାଲିଥିବା ଏଫ୍‌ଆଇଜି ବିଶ୍ୱକପ୍‌ର ପାରାଲାଲ ବାର୍ସ ଇଭେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୧୩.୨୫୦ ସ୍କୋର କରି ଟପ୍‌-୮ ସ୍ଥାନ ପାଇ ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। କୋପରଠାରେ ଚାଲିଥିବା ଏଫ୍‌ଆଇଜି ବିଶ୍ୱକପ୍‌, ଚଳିତ ବର୍ଷର ବିଶ୍ୱ ଚ୍ୟାଲେଞ୍ଜ କପ୍‌ର ୭ଟି ଇଭେଣ୍ଟର ୩ୟ ପ୍ରତିଯୋଗିତା। ବିଶ୍ୱ ଚ୍ୟାଲେଞ୍ଜ କପ୍‌ ଏଫ୍‌ଆଇଜିର ବୃହତ୍‌ ଇଭେଣ୍ଟ, ଯେଉଁଥିରେ ସମସ୍ତ ଦେଶର ଜିମ୍ନାଷ୍ଟମାନେ ଅଂଶଗ୍ରହଣ କରନ୍ତି। ପ୍ରତ୍ୟେକ ଇଭେଣ୍ଟରେ ଜିମ୍ନାଷ୍ଟଙ୍କୁ ପୁରସ୍କାର ରାଶି ସହ ବିଶ୍ୱ ଚ୍ୟାଲେଞ୍ଜ କପ୍‌ ପଏଣ୍ଟ ପ୍ରଦାନ କରାଯାଏ। ଯଦ୍ଦ୍ବାରା ସେମାନଙ୍କ ବିଶ୍ୱ ର଼୍ୟାଙ୍କିଙ୍ଗ ନିର୍ଣ୍ଣୟ କରାଯାଏ। ପାରାଲାଲ ବାର ଇଭେଣ୍ଟର ପଦକ ରାଉଣ୍ଡ ରବିବାର ଅନୁଷ୍ଠିତ ହେବ।

Share