ପାରାଦୀପ ପୌର ପ୍ରଶାସନର ସମନ୍ବୟ ବୈଠକ: କୌଶଳ ବିକାଶରେ ସାମିଲ ହେବେ କିନ୍ନର

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସମାଜରେ ବଞ୍ଚତ୍ବାକୁ କିନ୍ନରମାନେ ଅନେକ ସଂଘର୍ଷ କରିଥାନ୍ତି। ସେମାନଙ୍କ ରୋଜଗାର ଉତ୍ସଶୈଳୀ ଭିନ୍ନ ହୋଇଥାଏ। ତେଣୁ ଏସବୁକୁ ପରିବର୍ତ୍ତନ କରିବା ପାଇଁ ଏବେ ସରକାରୀ ଭାବେ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ପାରାଦୀପ ପୌର ପ୍ରଶାସନିକ ଭବନରେ କିନ୍ନରଙ୍କ ଅଧିକାର ସମ୍ପର୍କରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବେଚ୍ଛାସେବୀ ସଙ୍ଗଠନ ଆଇଆର୍‌ଡିଏମଏସ୍‌ ଓ ଏସ୍‌ସିଏଏସ୍‌ ପକ୍ଷରୁ ମିଳିତ ଉଦ୍ୟମରେ ଆୟାଜିତ ବୈଠକରେ ଭିନ୍ନଭିନ୍ନ ବିଭାଗ ପ୍ରତିନିଧି ଯୋଗ ଦେଇଥିଲେ। ସେଥିରେ କିପରି କିନ୍ନରଙ୍କ କିପରି କୌଶଳ ବିକାଶ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ସେମାନଙ୍କୁ ସାମିଲ କରାଯାଇ କିପରି କର୍ମସଂସ୍ଥାନ ଯୋଗାଇ ହେବ, ମୌଳିକ ଅଧିକାର ଯଥା ବାସସ୍ଥାନ, ଶିକ୍ଷା, ପରିଚୟପତ୍ର ଦିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏଥିସହ ରୋଜଗାର ପାଇଁ ଯେପରି ସ୍ବୟଂ ସହାୟିକା ଗୋଷ୍ଠୀକୁ ତାଲିମ ଦିଆଯାଉଛି ସେହିପରି କିନ୍ନରଙ୍କୁ ତାଲିମ ଦିଆଯାଇ କର୍ମ ସଂସ୍ଥାନରେ ସାମିଲ କରିବାକୁ କ’ଣ ପ୍ରବଧାନ ଅଛି ସେ ସମ୍ପର୍କରେ ଜିଲା ଟିଜି ଅଫିସର ଡା. ଚନ୍ଦ୍ରିକା ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ପୌରାଞ୍ଚଳରେ ଥିବା ୨୮ଜଣ କିନ୍ନରଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୦ଜଣଙ୍କୁ ଆଧାର କାର୍ଡ ଓ ରାଶାନ କାର୍ଡ ଦିଆଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି କହିଥିଲେ। ସେମାନେ କିପରି ବ୍ୟାଙ୍କରେ ଖାତା ଖୋଲିବା ସହ ଋଣ ନେଇ ପାରିବେ ସେ ସମ୍ପର୍କରେ ୟୁକୋ ବ୍ୟାଙ୍କ ମ୍ୟାନେଜର ଅମରକାନ୍ତ ସାହୁ ମତବ୍ୟକ୍ତ କରିଥିଲେ। ବୈଷୟିକ ତାଲିମ, ରୋଜଗାରପନ୍ଥା ଆଦି ସମ୍ପର୍କରେ ବୈଷୟିକ ଟିମ୍‌ ସଦସ୍ୟ ଶୁଭାଶିଷ ସାମଲ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ମହାପାତ୍ର, ନିର୍ମଳ କୁମାର ସାହୁ ପ୍ରମୁଖ ଯୋଗଦେଇ ମତ ରଖିଥିଲେ। ବୈଠକ ପରେ ପାରାଦୀପ କିନ୍ନର ସଂଘ ସଭାପତି ରାଧା ମା’ ଆଗକୁ କାମ କରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇ ସାମାଜିକ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ପାଇଁ ଚେଷ୍ଟା କରିବୁ ବୋଲି ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri