ପାରାଦୀପ : ପୌରପାଳିକାରେ ସାମିଲ ହେବାକୁ ବସ୍ତିବାସିନ୍ଦାଙ୍କ କସରତ

ପାରାଦୀପ,୧୯।୧୦(ସ୍ବ.ପ୍ର): ପାରାଦୀପର ଇଫ୍‌କୋ ଖାରଖାନା ସଂଲଗ୍ନ ଓ କାଉଡ଼ିଆ ନଦୀକୂଳରେ ରହିଛି ବିଜୟଚାନ୍ଦପୁର ବସ୍ତି। ୨୦୦୦ରୁ ଅଧିକ ଲୋକ ଓ ୬୫୦ ଭୋଟର ଥିବା ଏହି ବସ୍ତି ଏବେ ଚର୍ଚ୍ଚାରେ। କାରଣ ଏହି ବସ୍ତିର କେତେକ ବାସିନ୍ଦା ପାରାଦୀପ ପୌରପାଳିକାରେ ମିଶିବା ପାଇଁ ଗତ ସପ୍ତାହେ ହେଲା କସରତ ଚଳାଇଛନ୍ତି। ତେବେ ସେମାନଙ୍କୁ ବସ୍ତିର ଅନ୍ୟ କିଛି ଲୋକ ଓ ପଞ୍ଚାୟତର ଜନପ୍ରତିନିଧିମାନେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶ୍ରଣ ପାଇଁ ଗତ ଅଗଷ୍ଟ ମାସରୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ନଗର ଉନ୍ନୟନ ବିଭାଗ ଚିଠି (ନଂ.୧୪୯୧୫/୨୯-୦୮-୧୯), ପଞ୍ଚାୟତ ଅଧିକାରୀଙ୍କ ଚିଠି (ନଂ.୬୮୪/୫-୯-୧୯) ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିଠି (ନଂ.୩୦୪୮/୫-୯-୧୯) ଅନୁଯାୟୀ, ପଞ୍ଚାୟତ ଅଞ୍ଚଳରେ ଥିବା କେତେକ ଗ୍ରାମ ଓ ଶିଳ୍ପ ସଂସ୍ଥା ପୌରପାଳିକା ଅଧୀନକୁ ଯିବାକୁ ନିର୍ଦ୍ଦେଶ ହୋଇଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ୨୦୦୯ରୁ ପୌରପାଳିକା ସମ୍ପ୍ରସାରଣ ପାଇଁ ସରକାରୀ ଭାବେ ଉଦ୍ୟମ ଚାଲିଛି। ଏବେ ସୁଦ୍ଧା ଇଫ୍‌କୋ, ଏସାର ଷ୍ଟିଲ, ବିଜୟଚାନ୍ଦପୁର, ଲକ୍‌ପଡ଼ା ବସ୍ତିର କିଛି ଅଂଶ, ଉଦୟବିହାର, ଗୋଆକାର୍ବନ, କଳିଙ୍ଗ କାଲସିନର କାର୍ବନ କମ୍ପାନୀ ଓ ତୈଳ ବିଶୋଧନାଗାର ପୌରପାଳିକା ଅଧୀନରେ ସାମିଲ ହୋଇନାହିଁ। ଏଥିଯୋଗୁ କେତେକ ବସ୍ତି ଓ କଲୋନୀ ବାସିନ୍ଦା ପ୍ରଶାସନିକ ସୁବିଧା ଓ ସରକାରୀ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି। ଯେପରି କି ପିପିଏଲ ଛକଠାରୁ ଦୋଛକି ପର୍ଯ୍ୟନ୍ତ ସୀମା ମଧ୍ୟରେ ଥିବା ଉଦୟ ବିହାର ବାସିନ୍ଦା ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପଞ୍ଚାୟତ ଓ ପୌରକାଳିକାରେ ସାମିଲ ହୋଇପାରୁନାହାନ୍ତି। ସେପଟେ ବିଜୟଚନ୍ଦ୍ରପୁର, ତଳପଡ଼ା ବସ୍ତିବାସିନ୍ଦା ଓ ତାଳଦଣ୍ଡା କେନାଲ ରାସ୍ତା ଉପରେ ଥିବା ଲକ୍‌ପଡ଼ା ବାସିନ୍ଦା ଦ୍ୱୈତ ଶାସନର ଫାଇଦା ନେଉଛନ୍ତି। ସେମାନେ ପଞ୍ଚାୟତ ଓ ପୌର ପାଳିକାରେ ଭୋଟ ଦେଉଛନ୍ତି। ଦୁଇଟି ସ୍ଥାନରୁ ସରକାରୀ ସୁବିଧା ପାଉଛନ୍ତି।
ଶିଳ୍ପ ସଂସ୍ଥାକୁ ହୋଲ୍ଡିଂ ଟିକସ ଭୟ
ପୌରପାଳିକା ଅଧୀନରେ ନ ଥିବା ଉପରୋକ୍ତ ଶିଳ୍ପସଂସ୍ଥାଗୁଡିକ ପଞ୍ଚାୟତ ଅଞ୍ଚଳରେ ରହିଛନ୍ତି। ଏଥିପାଇଁ ସେମାନେ ରାଜସ୍ବ କ୍ଷେତ୍ରରେ ଅଧିକ ସୁବିଧା ପାଉଛନ୍ତି। ପୌରପାଳିକାରେ ସାମିଲ ହେଲେ ପୌର ଆଇନ୍‌ ଅନୁଯାୟୀ ସେମାନଙ୍କ ଉପରେ ହୋଲ୍ଡିଂ ଟିକସ ଲାଗିବ। ଏହାର ମୂଲ୍ୟ ପଞ୍ଚାୟତ ନିୟମଠାର ଯଥେଷ୍ଟ କମ୍‌। ଉଦାହରଣତଃ ଏକ ଶିଳ୍ପ ସଂସ୍ଥାର ୧୭୧୦ ଏକର ଜାଗା ପଞ୍ଚାୟତ ଅଞ୍ଚଳରେ ରହିଛି। ପଞ୍ଚାୟତ ନିୟମ ଅନୁଯାୟୀ ଏହି ଶିଳ୍ପସଂସ୍ଥା ବାର୍ଷିକ ଟିକସ ଏକର ପିଛା ମାତ୍ର ୯୫ ଟଙ୍କାରୁ ସାମାନ୍ୟ ଅଧିକ ଦେଉଛି। ସେହି ଜାଗା ପୌରପାଳିକା ଅଧୀନକୁ ଗଲେ ହୋଲ୍ଡିଂ ଟିକସ ବାବଦରେ ବାର୍ଷିକ ୪୦ଲକ୍ଷ ଟଙ୍କାରୁ ଅଧିକ ଦେବାକୁ ପଡ଼ିବ। ଏଥିପାଇଁ ଶିଳ୍ପସଂସ୍ଥାମାନେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ହାତବାରିଶି କରି ପଞ୍ଚାୟତରେ ରହିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି ବୋଲି କୁହାଯାଉଛି। ତେଣୁ ପଞ୍ଚାୟତ ପ୍ରତିନିଧିଙ୍କ ବାରଣ ଯୋଗୁ ପୌର ପାଳିକା ସମ୍ପ୍ରସାରଣ ହୋଇପାରୁନି।
ବିଜୟଚାନ୍ଦପୁର ବସ୍ତିର ସୃଷ୍ଟି
ବିଜୟଚାନ୍ଦପୁର ବସ୍ତି ବେଶିଦିନର ନୁହେଁ। ୧୯୯୮-୯୯ରେ ବନ୍ଦର ସମ୍ପ୍ରସାରଣ ବେଳେ ଘନଗଳିଆ ଓ ଇନ୍ଦିରା ପାର୍କ ନଁାରେ ଥିବା ଦୁଇଟି ବଡ଼ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ସେହି ଲୋକଙ୍କୁ ଭିତରଗଡ଼ ମୌଜାର ଉଦୟବଟ ଧାମ ସୀମାରେ ଥଇଥାନ କରାଯାଇଥିଲା। କିନ୍ତୁ ସେମାନେ ବନ୍ଦର ପକ୍ଷରୁ ମିଳିଥିବା ପ୍ଲଟ ବିକ୍ରି କରି ଗୋଟିକ ପରେ ଗୋଟିଏ କାଉଡ଼ିଆ ନଦୀ କୂଳରେ ବସତିସ୍ଥାପନ କଲେ। ସେତେବେଳେ ସେହି ଅଞ୍ଚଳ ନୂଆଗଡ଼ ପଞ୍ଚାୟତରେ ଥିବାରୁ ସେଥିରେ ସାମିଲ ହୋଇଗଲେ। ଏବେ ସେଠାରେ ବିଶାଳ ବସ୍ତି ବିଜୟଚାନ୍ଦପୁର ସୃଷ୍ଟି ହୋଇଛି। ଏଠାରେ ୨୦୦୦ରୁ ଅଧିକ ଲୋକ ରହିଲେଣି। ସେମାନଙ୍କ ମଧ୍ୟରେ ଅଧିକାଂଶ ବାଂଲାଭାଷୀ।
ଦୁଇଆଡୁ ମିଳୁଛି ଫାଇଦା
ଏହି ବସ୍ତିର ୬୫୦ ଭୋଟର ନୂଆଗଡ଼ ପଞ୍ଚାୟତ ଓ ୧୫୦ ଭୋଟର ପୌରପାଳିକା ଅଧୀନରେ ଅଛନ୍ତି। ପୌରପାଳିକାର ୨ନଂ. ଓ୍ବାର୍ଡଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଏହି ବସ୍ତି ଅଛି। ସେପଟେ ଏଠାରୁ ପଞ୍ଚାୟତର ବ୍ୟବଧାନ ୧୧ କିମି। ଏଠାରେ ୨୦୧୧ ଜନଗଣନା ଓ ସାମାଜିକ ଅର୍ଥନୈତିକ ଗଣନା ପୌରପାଳିକା ପକ୍ଷରୁ କରାଯାଇଥିଲା। କିନ୍ତୁ ୨୦୦୭ରେ ପଞ୍ଚାୟତ ପକ୍ଷରୁ ସେଠାରେ ସରକାରୀ ସ୍କୁଲ ଖୋଲାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ କରାଯାଇଛି। ପକ୍କାରାସ୍ତା, ବିଦ୍ୟୁତ, ପାନୀୟଜଳ ଇଫ୍‌କୋ କମ୍ପାନୀ କରିଛି। ସମସ୍ତ ରାଶନକାର୍ଡଧାରୀମାନେ ପୌରପାଳିକାରୁ ଖାଦ୍ୟ ସାମଗ୍ରୀ ପାଉଛନ୍ତି। କିନ୍ତୁ ଭତ୍ତା ପାଉଛନ୍ତି ପଞ୍ଚାୟତ ଅଫିସରୁ। ଏପରିକି କେତେକ ଲୋକଙ୍କ ନାମରେ ଦୁଇଟି ସ୍ଥାନରେ ଭୋଟର ଲିଷ୍ଟରେ ନାମ ଥିବା ଜଣାଯାଏ କିନ୍ତୁ ସମସ୍ତେ ରହୁଛନ୍ତି ସରକାରୀ ଜାଗାରେ। ସୁବିଧା ପାଉଛନ୍ତି ଦୁଇଆଡୁ। ସେବା ଯୋଗାଉଛି କମ୍ପାନୀ। ବର୍ତ୍ତମାନ ଏନଆରସି ପ୍ରସଙ୍ଗ ଉଠିବା, ଆଉ ୬ମାସ ପରେ ପୌର ନିର୍ବାଚନ ଥିବା ଓ ସଚିବଙ୍କ ଚିଠି ଆସିବା ପରେ ବିବାଦ ଉଷ୍ମ ହୋଇଛି।
ଆଶଙ୍କାରେ ପୌରପାଳିକା ମାନ୍ୟତା
ନିୟମ ଅନୁଯାୟୀ ଯେଉଁ ସହରର ଜନସଂଖ୍ୟା ୫୦ ହଜାରରୁ ଅଧିକ ତାକୁ ପୌରପାଳିକା ମାନ୍ୟତା ମିଳିଥାଏ। ଏହି ସଂଖ୍ୟା ୫୦ହଜାରରୁ କମିଲେ ପୌରପାଳିକା ମାନ୍ୟତା କଟି ଏନଏସି ମାନ୍ୟତା ମିଳିବ। ସେପଟେ ପାରାଦୀପ ପୌରପାଳିକାରେ ଦିନକୁ ଦିନ ଜନସଂଖ୍ୟା କମିବାରେ ଲାଗିଛି। କାରଣ ୨୦୦୧ ଜନଗଣନା ଅନୁଯାୟୀ, ଏଠାରେ ୭୩,୬୨୫ ଲୋକ ଥିବାବେଳେ ୨୦୧୧ ଜନଗଣନାବେଳକୁ ତାହା ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ଏବେ ୨୦୨୧ ଜନଗଣନାରେ ଯଦି ଏହି ଜନସଂଖ୍ୟା ଆହୁରି ହ୍ରାସ ପାଇ ୫୦ ହଜାର ତଳକୁ ଆସେ ତେବେ ପୌରପାଳିକା ମାନ୍ୟତା ଚାଲିଯିବ। ତେଣୁ ପୌରପାଳିକା ସମ୍ପ୍ରସାରଣ ବା ଅଧିକ ଲୋକଙ୍କୁ ସାମିଲ କରିବା ଜରୁରୀ ହୋଇପଡିଛି।
କ’ଣ କୁହନ୍ତି ବସ୍ତି ବାସିନ୍ଦା
ବିଜୟଚାନ୍ଦପୁର ତଳପଡ଼ା ବସ୍ତିର କମିଟି ସଭାପତି ନିରାପଦ ମଣ୍ଡଳ, ସମ୍ପାଦକ ଯାମିନୀ ମିଦ୍ଧା, ହାରାମଣି ଓଝା, ସୁଶାନ୍ତ ମାଇତି, ଜଗନ୍ନାଥ ହାଲଦାର, ତପନ ଝା ପ୍ରମୁଖ କହିଛନ୍ତି ଯେ, ବସ୍ତି ବାସିନ୍ଦା ପୌର ପାଳିକାରେ ସାମିଲ ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି। କିନ୍ତୁ ସେମାନଙ୍କୁ କେତେକ ଲୋକ ବିରୋଧ କରି ବସ୍ତିରେ ଖାତା ବୁଲାଇ ଦସ୍ତଖତ କରୁଛନ୍ତି। ପୌରପାଳିକାର ୨ନଂ. ଓ୍ବାର୍ଡ କାଉନ୍‌ସିଲର ଅଜୟ କୁମାର ନାୟକ କହିଛନ୍ତି ଯେ, ସମସ୍ତ ବସ୍ତିବାସିନ୍ଦାଙ୍କୁ ଆମେ ସେବା ଯୋଗାଉଛୁ। ସେମାନେ ମିଶିବା ଦରକାର। ଆମେ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରୁଛୁ। ଅନ୍ୟପକ୍ଷରେ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ବବିତା ସେଠୀ କହିଛନ୍ତି ଯେ, ଆମ ପଞ୍ଚାୟତର ଅଧିକାଂଶ ଜମି ଇଫକୋ, ଏସାର ଷ୍ଟିଲରେ ଯାଇଛି। ଲୋକେ କ୍ଷତିପୂରଣ ପାଇନାହାନ୍ତି। ପୌରପାଳିକାରେ ସାମିଲ ହେଲେ ଏଥିରେ ଅସୁବିଧା ହେବ। ବସ୍ତିର ଅଧିକାଂଶ ଲୋକ ପଞ୍ଚାୟତରେ ରହିବାକୁ ଚାହୁଁଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ମିଶ୍ରଣ ପାଇଁ ଗ୍ରାମସଭା କରାଯାଉ ଓ ଲୋକଙ୍କ ମତ ନେଇ ନିଷ୍ପତ୍ତି କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri