ପାର୍କିଂ ଫି ଆଦାୟ: ୧୦ ମଲ୍‌କୁ ବିଡିଏର ନୋଟିସ; ନିର୍ଦ୍ଦେଶ ନ ମାନିଲେ ବିଲ୍ଡିଂ ସିଲ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ, ମଲ୍‌, ଆପାର୍ଟମେଣ୍ଟ, ହସ୍ପିଟାଲରେ ଲୋକଙ୍କ ପାଇଁ ପାର୍କିଂ ସମ୍ପୂର୍ଣ୍ଣ ମାଗଣା କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛି। ମାତ୍ର ଏହି ନିର୍ଦ୍ଦେଶକୁ ଅବମାନନା କରି ବେଆଇନ୍‌ ଭାବେ ପାର୍କିଂ ଫି ଆଦାୟ କରାଯାଉଛି। ଏଭଳି ଅଭିଯୋଗରେ ଶୁକ୍ରବାର ଏସ୍‌ପ୍ଲାନେଡ ଓ୍ବାନ୍‌, ବିଏମ୍‌ସି ଭବାନୀ ମଲ, ଖାରବେଳନଗର ଫୋରମ୍‌ ମାର୍ଟ, ସିମ୍ଫୋନୀ, ଡିଏନ୍‌ ରେଗାଲିଆ ଆଦି ୧୦ଟି ମଲ୍‌କୁ ନୋଟିସ୍‌ କରାଯାଇଥିବା ବିଡିଏ ପ୍ଲାନିଂମେମ୍ବର ଗୌରୀଶଙ୍କର ଭୂୟଁ। କହିଛନ୍ତି। ଶନିବାର ବିଭିନ୍ନ ଘରୋଇ ହସ୍ପିଟାଲକୁ ନୋଟିସ ଦିଆଯିବ।
ପ୍ଲାନିଂମେମ୍ବର ଭୂୟଁ। କହିଛନ୍ତି, ଉପରୋକ୍ତ ମଲଗୁଡ଼ିକରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ହେଉଥିବା ବିଡିଏ ଟିମ୍‌ ଜାଣିବାକୁ ପାଇବା ପରେ ନୋଟିସ୍‌ ଦିଆଯାଇଛି। ପାର୍କିଂ ଫି ଆଦାୟ ବନ୍ଦ କରିବା, ବିଡିଏ ଦ୍ୱାରା ଦିଆଯାଇଥିବା ପ୍ଲାନ୍‌ ଅନୁସାରେ କାର୍ଯ୍ୟକରିବା, ୭ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ୍‌ରେ କୁହାଯାଇଛି। ବିଡିଏର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରେଗୁଲେଶନ୍‌ ୩୭ର ସବ୍‌ ରେଗୁଲେଶନ୍‌ (୭) ଅନୁଯାୟୀ ଉକ୍ତ ବିଲ୍ଡିଂକୁ ସିଲ୍‌ କରାଯିବ, ନଚେତ୍‌ ପ୍ଲାନ୍‌ ଆପ୍ରୁଭାଲକୁ ଅବୈଧ ଦର୍ଶାଇ ବିଲ୍ଡିଂକୁ ଭାଙ୍ଗିଦେବ। ବିଡିଏ ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍‌ ଅନୁସାରେ ଫ୍ଲୋର ଏରିଆ ରେସିଓ (ଏଫଏଆର)କୁ ଭିତ୍ତିକରି ଉକ୍ତ ବିଲ୍ଡିଂ ପାର୍କିଂ ଯୋଗାଇ ଦେବାକୁ ବାଧ୍ୟ ବୋଲି ଭୂୟଁ। କହିଛନ୍ତି।

ବିଏମ୍‌ସି ଭବାନୀ ମଲ୍‌ରୁ ପିଓଏସ୍‌ ମେଶିନ ଜବତ
ବେଆଇନ ପାର୍କିଂ ଫି ଆଦାୟ କରୁଥିବାରୁ ଶହୀଦନଗରସ୍ଥିତ ବିଏମ୍‌ସି ଭବାନୀ ମଲକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାରଣ ଦର୍ଶାଅ ନୋଟିସ ଜାରି କରିଛି। ବିଏମ୍‌ସି ପକ୍ଷରୁ ଗୁରୁବାର ପାର୍କିଂ ଫି ଆଦାୟ ବନ୍ଦ କରିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ ସେଠାରେ ପାର୍କିଂ ଫି ଆଦାୟ କରାଯାଉଥିବା ବିଏମ୍‌ସି ସେଣ୍ଟ୍ରାଲ୍‌ ସ୍କ୍ବାଡ୍‌ ଦେଖିବାକୁ ପାଇଥିଲା। ଏପରି କି ସ୍ବାଡ୍‌ ସେଠାରୁ ସୁରକ୍ଷା କର୍ମୀଙ୍କଠାରୁ ପାର୍କିଂ ଫି ଆଦାୟରେ ବ୍ୟବହୃତ ୨ଟି ପିଓଏସ୍‌ ମେଶିନ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଶି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri