ପାର୍କିଂ ଫି ଆଦାୟ: ୧୦ ମଲ୍‌କୁ ବିଡିଏର ନୋଟିସ; ନିର୍ଦ୍ଦେଶ ନ ମାନିଲେ ବିଲ୍ଡିଂ ସିଲ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ, ମଲ୍‌, ଆପାର୍ଟମେଣ୍ଟ, ହସ୍ପିଟାଲରେ ଲୋକଙ୍କ ପାଇଁ ପାର୍କିଂ ସମ୍ପୂର୍ଣ୍ଣ ମାଗଣା କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛି। ମାତ୍ର ଏହି ନିର୍ଦ୍ଦେଶକୁ ଅବମାନନା କରି ବେଆଇନ୍‌ ଭାବେ ପାର୍କିଂ ଫି ଆଦାୟ କରାଯାଉଛି। ଏଭଳି ଅଭିଯୋଗରେ ଶୁକ୍ରବାର ଏସ୍‌ପ୍ଲାନେଡ ଓ୍ବାନ୍‌, ବିଏମ୍‌ସି ଭବାନୀ ମଲ, ଖାରବେଳନଗର ଫୋରମ୍‌ ମାର୍ଟ, ସିମ୍ଫୋନୀ, ଡିଏନ୍‌ ରେଗାଲିଆ ଆଦି ୧୦ଟି ମଲ୍‌କୁ ନୋଟିସ୍‌ କରାଯାଇଥିବା ବିଡିଏ ପ୍ଲାନିଂମେମ୍ବର ଗୌରୀଶଙ୍କର ଭୂୟଁ। କହିଛନ୍ତି। ଶନିବାର ବିଭିନ୍ନ ଘରୋଇ ହସ୍ପିଟାଲକୁ ନୋଟିସ ଦିଆଯିବ।
ପ୍ଲାନିଂମେମ୍ବର ଭୂୟଁ। କହିଛନ୍ତି, ଉପରୋକ୍ତ ମଲଗୁଡ଼ିକରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ହେଉଥିବା ବିଡିଏ ଟିମ୍‌ ଜାଣିବାକୁ ପାଇବା ପରେ ନୋଟିସ୍‌ ଦିଆଯାଇଛି। ପାର୍କିଂ ଫି ଆଦାୟ ବନ୍ଦ କରିବା, ବିଡିଏ ଦ୍ୱାରା ଦିଆଯାଇଥିବା ପ୍ଲାନ୍‌ ଅନୁସାରେ କାର୍ଯ୍ୟକରିବା, ୭ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ୍‌ରେ କୁହାଯାଇଛି। ବିଡିଏର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରେଗୁଲେଶନ୍‌ ୩୭ର ସବ୍‌ ରେଗୁଲେଶନ୍‌ (୭) ଅନୁଯାୟୀ ଉକ୍ତ ବିଲ୍ଡିଂକୁ ସିଲ୍‌ କରାଯିବ, ନଚେତ୍‌ ପ୍ଲାନ୍‌ ଆପ୍ରୁଭାଲକୁ ଅବୈଧ ଦର୍ଶାଇ ବିଲ୍ଡିଂକୁ ଭାଙ୍ଗିଦେବ। ବିଡିଏ ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍‌ ଅନୁସାରେ ଫ୍ଲୋର ଏରିଆ ରେସିଓ (ଏଫଏଆର)କୁ ଭିତ୍ତିକରି ଉକ୍ତ ବିଲ୍ଡିଂ ପାର୍କିଂ ଯୋଗାଇ ଦେବାକୁ ବାଧ୍ୟ ବୋଲି ଭୂୟଁ। କହିଛନ୍ତି।

ବିଏମ୍‌ସି ଭବାନୀ ମଲ୍‌ରୁ ପିଓଏସ୍‌ ମେଶିନ ଜବତ
ବେଆଇନ ପାର୍କିଂ ଫି ଆଦାୟ କରୁଥିବାରୁ ଶହୀଦନଗରସ୍ଥିତ ବିଏମ୍‌ସି ଭବାନୀ ମଲକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାରଣ ଦର୍ଶାଅ ନୋଟିସ ଜାରି କରିଛି। ବିଏମ୍‌ସି ପକ୍ଷରୁ ଗୁରୁବାର ପାର୍କିଂ ଫି ଆଦାୟ ବନ୍ଦ କରିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ ସେଠାରେ ପାର୍କିଂ ଫି ଆଦାୟ କରାଯାଉଥିବା ବିଏମ୍‌ସି ସେଣ୍ଟ୍ରାଲ୍‌ ସ୍କ୍ବାଡ୍‌ ଦେଖିବାକୁ ପାଇଥିଲା। ଏପରି କି ସ୍ବାଡ୍‌ ସେଠାରୁ ସୁରକ୍ଷା କର୍ମୀଙ୍କଠାରୁ ପାର୍କିଂ ଫି ଆଦାୟରେ ବ୍ୟବହୃତ ୨ଟି ପିଓଏସ୍‌ ମେଶିନ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri