ଖଣ୍ଡପଡ଼ା,୨ା୮(ସ୍ବ.ପ୍ର.)-ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ପଞ୍ଚାୟତସ୍ଥ ମାଧପୁର ଗ୍ରାମବାସୀ ପାନୀୟଜଳ ଅଭାବରୁ ବାଧ୍ୟହୋଇ ଦୂଷିତ ନଳକୂପ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି। ବିଶେଷ ଭାବେ ଗ୍ରାମର ଅନେକ ଲୋକ କିଡ଼ନୀ ରୋଗର ଶିକାର ହେଉଛନ୍ତି। ଏହି ନୂତନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦାୟିତ୍ୱରେ ଥିବା ଠିକାଦାରଙ୍କ ଅବହେଳା ତଥା ଖାମଖିଆଲ ମନୋଭାବ ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପଥରଚକଡା ପଞ୍ଚାୟତସ୍ଥ ମାଧପୁର ଗ୍ରାମର ନୂଆସାହିଠାରେ ଗତ ୨୦୦୮-୦୯ ମସିହାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲାା ଉକ୍ତ ପ୍ରକଳ୍ପରୁ ପଞ୍ଚାୟତର ୭ ରୁ ୧୮ ନମ୍ବର ପର୍ଯ୍ୟନ୍ତ ୧୨ଟି ୱାର୍ଡର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା ା ଏକ ପମ୍ପହାଉସ୍ ନିର୍ମାଣ ନିମନ୍ତେ ନିଷ୍ପତ୍ତି ହୋଇଥିଲା ା ଏଥିପାଇଁ ସଂସ୍ଥା ପକ୍ଷରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ନିମନ୍ତେ ସମୟ ସୀମା ୬ ମାସ ଥିବାବେଳେ ଇତି ମଧ୍ୟରେ ୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ସମ୍ପୃକ୍ତ ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରି ଛାଡି ଯାଇଥିବାରୁ ପମ୍ପ୍ ହାଉସ୍ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବରେ ପଡିରହିଛି ା ପ୍ରକଳ୍ପ ନିମନ୍ତେ ଆବଶ୍ୟକ ବିଦ୍ୟୁତ୍ ଚାଳିତ ପମ୍ପ ଓ ସମସ୍ତ ଯନ୍ତ୍ରାଂଶ ମଧ୍ୟ ପଡ଼ିିି ନଷ୍ଟ ହେବାକୁ ବସିଲାଣି ା ଏହି କାର୍ଯ୍ୟ ନିମନ୍ତେ ପ୍ରାୟ ୨୭ ଲକ୍ଷ୍ୟ ଟଙ୍କା ବ୍ୟୟ ହୋଇଥିବା ଜଣାପଡ଼ିଛି।
ତେବେ ପାନୀୟଜଳ ନିମନ୍ତେ ପଥରଚକଡା ପଞ୍ଚାୟତବାସୀଙ୍କ ବାରମ୍ବାର ଦାବି ପରେ ମାଧପୁର ଓ ପଥରଚକଡା ଗ୍ରାମ ପାଇଁ ପୁଣି ପୃଥକ ସ୍ଥାନରେ ୨ଟି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧.୪୩ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି ା ଚଳିତ ବର୍ଷ ଏପ୍ରିଲ୍ ମାସ ସୁଦ୍ଧା ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବା ଲକ୍ଷ୍ୟ ରହିଥିଲା। ତେବେ ଅବଧି ସୀମାକୁ ୪ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହୋଇପାରି ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଠିକାଦାରଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ବାରମ୍ବାର ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଏଭଳି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହୁଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ପଥରଚକଡ଼ା ପଞ୍ଚାୟତ ସରପଞ୍ଚ ତ୍ରିନାଥ ମୁଦୁଲି କହିଛନ୍ତି, ମାଧପୁର ଗ୍ରାମ ପାଇଁ ସ୍ଥାନୀୟ ବାଲିଘାଟଠାରେ ନିର୍ମିତ ନୂତନ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଥିଲା, ମାତ୍ର ବିଗତ ୪/୫ ମାସ ହେଲା ଠିକାଦାରଙ୍କୁ ବାରମ୍ବାର କହିଲେ ମଧ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି। ତେବେ ଏହି ପ୍ରକଳ୍ପ ପାଇଁ ଏକ ପାଣିଟାଙ୍କି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସମ୍ପୂର୍ଣ୍ଣ ହୋଇସାରିଛି ା ଏହା କାର୍ଯ୍ୟକାରୀ ହେଲେ ମାଧପୁରବାସୀଙ୍କ ଜଳକଷ୍ଟ ନିଶ୍ଚୟ ଭାବରେ ଦୂର ହୋଇ ପାରିବ ବୋଲି ସେ ସୂଚନା ଦେଇଥିଲେ ା ନୟାଗଡ଼ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଥିବା କହିଛନ୍ତି। ମାସକ ପରେ ପ୍ରକଳ୍ପଟି କାର୍ଯ୍ୟକାରୀ ହେବ ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି ା
ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ: ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ
Posted inଆମ ଜିଲା ଖବର, ନୟାଗଡ଼ View All
ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା
ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...
ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ
ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...
ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…
ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...
କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...
ପଲିଥିନ୍ କାରଖାନାରେ ଲାଗିଲା ନିଆଁ
କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...
ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା
ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...
ପିକ୍ନିକ୍ ସ୍ପଟ୍ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା
କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...
ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ
ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...
Archives


