ପାଣ୍ଠି ଆଦାୟ କରୁଛନ୍ତି ବ୍ଲକ ଅଧ୍ୟକ୍ଷ

ଭୁବନ, ୧୧।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସୋମବାରଠାରୁ ଗଁ। ଗଁ। ବୁଲି କରୋନା ସହାୟତା ପାଣ୍ଠି ଆଦାୟ କରୁଛନ୍ତି। ବ୍ଲକ ଅଞ୍ଚଳରୁ ସେ ୪ ଲକ୍ଷ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଅଦ୍ୟାବଧି ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିସାରିଲେଣି। ଏ ନେଇ ବ୍ଲକ ଅଧ୍ୟକ୍ଷ କୁହନ୍ତି, ଏପରି ସଙ୍କଟ ସମୟରେ ପ୍ରତି ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରିବାକୁ ଆଗେଇ ଆସିବା ଉଚିତ। ସେ ଯମୁନାକୋଟ ଗ୍ରାମରୁ ସହାୟତା ଭିକ୍ଷା ଆରମ୍ଭ କରିଥିଲେ। ଇତିମଧ୍ୟରେ ମାର୍ଥାପୁର, ଦିଘି ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ସାରିଲେଣି। ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ଆଦାୟ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।