ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ ଗୁରୁଚରଣ ମଲିକଙ୍କ ପୁଅ ବାପୁଜୀ(୧୭)।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବାପୁଜୀ ହାଇଦ୍ରାବାଦର ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ। ବୁଧବାର ଘରେ ଥିବା ଏକ ଏସିଡ୍‌ ବୋତଲକୁ ପାଣି ଭାବି ସେ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହ୍ରାଇଦ୍ରାବାଦସ୍ଥିତ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିଛି।