ପାଣି ଚିନ୍ତା, ବର୍ଷା ଉପରେ ଭରସା: ଗଞ୍ଜାମ ଜିଲାରେ ଖରିଫ ଫସଲ

ଛତ୍ରପୁର,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଚଳିତବର୍ଷ ହେବାକୁ ଥିବା ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ପାଣି ଚିନ୍ତା ଘାରିଛି। ଜିଲାରେ ହେଉଥିବା ଖରିଫ ଫସଲକୁ ଜଳସେଚନର ଅଭାବ ରହିଛି। ଫଳରେ ବର୍ଷା ଉପରେ ଚାଷୀଙ୍କୁ ନିର୍ଭର କରିବାକୁ ପଡୁଛି। ବିଗତ ଦିନଗୁଡିକରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଓଡିଶାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ହୋଇଥିବାବେଳ ଗଞ୍ଜାମ ଜିଲାରେ ଏହାର ଆରମ୍ଭ ମଧ୍ୟ ହୋଇନି। ଜିଲାରେ ବର୍ଷାଭାବ ଏବେଠୁ ଦେଖାଦେଲାଣି। ଖରିଫ ଫସଲ ମଧ୍ୟରେ ଧାନ ଫସଲ ମୁଖ୍ୟ ରହିଛି। ରାଜ୍ୟର ଗଞ୍ଜାମ ଜିଲାରୁ ହିଁ ସର୍ବାଧିକ ଧାନ ଅମଳ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଳସେଚନ ଅଭାବ ନେଇ ଚାଷୀ ଚିନ୍ତିତ। ପ୍ରତିବର୍ଷ ବିପର୍ଯ୍ୟୟ ଆସି ଫସଲ ଉଜାଡି ଦେଉଛି। ଏନେଇ ଚାଷୀଙ୍କର ଆଥିର୍ତ୍କ ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି। ଅପରପକ୍ଷରେ ଜିଲାର ଲକ୍ଷାଧିକ ଚାଷୀ ଚାଷରୁ ମୁହଁ ଫେରାଇଲେଣି। ଏଥିସହ ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ କାମ ଅନ୍ବେଷଣରେ ଚାଷୀମାନେ ଚାଲିଯାଉଥିବା ଦେଖିବାକୁ ମିଳିଛି। ତଥାପି ଜିଲାର ସେଚ ସମସ୍ୟାରେ ସୁଧାର ଆସୁନି। ଜିଲାରେ ଗୋଟିଏ ମାତ୍ର ଋଷିକୁଲ୍ୟା ବୃହତ ସେଚ ପ୍ରକଳ୍ପ ରହିଛି। ୨୨ ବ୍ଲକ ମଧ୍ୟରୁ ୮ ବ୍ଲକର ଜମିକୁ ବୃହତ୍‌ ପ୍ରକଳ୍ପରୁ ଟୋପାଏ ପାଣି ମିଳୁନି। ସେଥିମଧ୍ୟରେ ପାତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ବେଗୁନିଆପଡା, କବିସୂର୍ଯ୍ୟନଗର, ପୋଲସରା, ଜଗନ୍ନାଥପ୍ରସାଦ ଓ ସୋରଡା ବ୍ଲକ ରହିଛି। ଏଥିସହ ଜିଲାରେ ଥିବା ମଧ୍ୟମ ସେଚ ପ୍ରକଳ୍ପଗୁଡିକରୁ ମଧ୍ୟ ୬ ବ୍ଲକରେ କୌଣସି ସେଚ ସୁବିଧା ନାହିଁ। ସେଥିମଧ୍ୟରେ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ଖଲ୍ଲିକୋଟ, ଆସିକା, ଶେରଗଡ ଓ ଜଗନ୍ନାଥପ୍ରସାଦ ବ୍ଲକ ରହିଛି। ଆହୁରି ଜଣାଯାଇଛି ଯେ, ଉଭୟ ବୃହତ ଓ ମଧ୍ୟମ ସେଚ ପ୍ରକଳ୍ପରୁ ଖଲ୍ଲିକୋଟ ଓ ଜଗନ୍ନାଥପ୍ରସାଦ ବ୍ଲକ ଜମିକୁ ସେଚ ସୁବିଧା ମିଳୁନି। କୃଷି ବିଭାଗଠାରୁ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲାରେ ଚଳିତବର୍ଷ ୪ ଲକ୍ଷ ୮ ହଜାର ୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମାତ୍ର ଏଥିରୁ ୨ ଲକ୍ଷ ୮୭ହଜାର ୮୧୧ ହେକ୍ଟର ଫସଲକୁ ହିଁ ସେଚ ସୁବିଧା ଥିବା ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୧୮ରେ ଜିଲାର ୨ ଲକ୍ଷ ୮୧ ହଜାର ହେକ୍ଟର ଜମିକୁ ସେଚ ସୁବିଧା ଥିଲା। ଗତ ସପ୍ତାହରେ ଏଠାରେ ଅନୁଷ୍ଠିତ ଗଞ୍ଜାମ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକରେ ମଧ୍ୟ ଏନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପାଣି ସୁଷମ ବଣ୍ଟନ ଉପରେ ଗୁରୁତ୍ୱାରୋପ କରାଯିବା ସହ ବର୍ଷା ଉପରେ ଭରସା ମଧ୍ୟ କୁହାଯାଇଥିଲାା ଆହୁରି ଜଣାଯାଇଛି, ଚଳିତ ବର୍ଷ ଋଷିକୁଲ୍ୟା ବୃହତ ସେଚ ପ୍ରକଳ୍ପରୁ ୬୦ ହଜାର ୩୫୪ ହେକ୍ଟର ଜମିକୁ ସେଚ ସୁବିଧା ମିଳିବ ବୋଲି କୁହାଯାଇଥିବାବେଳେ ମଧ୍ୟମ ସେଚ ପ୍ରକଳ୍ପରୁ ୬୮ ହଜାର ୧୬୦ ହେକ୍ଟର, କ୍ଷୁଦ୍ର ସେଚ ପ୍ରକଳ୍ପରୁ ୯୭ ହଜାର ୨୨୨ ହେକ୍ଟର, ଉଠା ସେଚ ପ୍ରକଳ୍ପରୁ ୩୨ ହଜାର ୧୨୫ ହେକ୍ଟର ଜମିକୁ ସେଚ ସୁବିଧା ମିଳିବ। ଜିଲାରେ ଚଳିତ ବର୍ଷ ୨ ଲକ୍ଷ ୮ ହଜାର ୪୨୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ୧ ଲକ୍ଷ ୭୬ ହଜାର ୧୫୮ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ ବୋଲି ଜଳସେଚନ ବିଭାଗ ପକ୍ଷରୁ କୃଷି ନିର୍ଦ୍ଧାରଣ କମିଟିକୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ଧାନ ଫସଲ ପାଇଁ ବୃହତ ସେଚ ପ୍ରକଳ୍ପରୁ ୪୯ ହଜାର ୬୫୪ ହେକ୍ଟର, ମଧ୍ୟମ ସେଚ ପ୍ରକଳ୍ପରୁ ୪୭ ହଜାର ୬୫୩ ହେକ୍ଟର, କ୍ଷୁଦ୍ର ସେଚ ପ୍ରକଳ୍ପରୁ ୬୮ ହଜାର ୭୭୦ ହେକ୍ଟର ଓ ଉଠା ସେଚ ପ୍ରକଳ୍ପରୁ ୩ ହଜାର ୬୭୫ ହେକ୍ଟର ଜମିକୁ ଜଳସେଚନ ବିଭାଗ ପାଣି ଯୋଗାଇ ପାରିବେ। ସେହିପରି ଶସ୍ୟ ଜାତୀୟ ଫସଲ ହେବାକୁ ଥିବା ୨ ଲକ୍ଷ ୫୦ ହଜାର ୬୦୬ ହେକ୍ଟର ମଧ୍ୟରୁ ୨ ଲକ୍ଷ ୧୧ ହଜାର ୮୦୩ ହେକ୍ଟର ଜମିକୁ ସେଚ ସୁବିଧା ଅଛି। ଡାଲି ଜାତୀୟ ଫସଲ ପାଇଁ ୪୮ ହଜାର ୮୯୫ ହେକ୍ଟର ମଧ୍ୟରୁ ୮ ହଜାର ୪୦୯ ହେକ୍ଟର, ତୈଳ ଜାତୀୟ ଫସଲ ପାଇଁ ୨୪ ହଜାର ୯୧୫ହେକ୍ଟର ମଧ୍ୟରୁ ୫ହଜାର ୭୧୨ ହେକ୍ଟର, ପନିପରିବା ପାଇଁ ୭୩ ହଜାର ୮୨୪ ହେକ୍ଟର ମଧ୍ୟରୁ ୫୪ ହଜାର ୯୯୨ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri