‘ପାଟଣାଗଡ଼’ ରିଲିଜ୍‌ ଉପରେ ରୋକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହା ଉପରେ ସୋମବାର ଅଙ୍କୁଶ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାଏର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏନେଇ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ପାଟଣାଗଡ଼ ଫିଲ୍ମକୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) ପକ୍ଷରୁ ଏଯାବତ ସାର୍ଟିଫିକେଶନ ଦିଆଯାଇନାହିଁ। ତେଣୁ ରିଲିଜ୍‌ ତାରିଖ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇ ନ ଥିବାବେଳେ ଏହା ଉପରେ ରୋକ ଲଗାଇବା ଦୁର୍ଭାଗ୍ୟଜନକ ବୋଲି ଫିଲ୍ମର ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣ ଗୋଟିଏ ପରିବାରକୁ ଛାରକାର କରିଦେଇଥିଲା। ଘରେ ବିବାହ ଉତ୍ସବ ପରିବେଶରେ ଉପହାରରେ ମିଳିଥିବା ପାର୍ସଲ ବୋମା ନେଇଯାଇଥିଲା ଦୁଇଜଣଙ୍କ ଜୀବନ। ଆଉ ନବବିବାହିତା ରୀମାରାଣୀ ଏଥିରେ ଗୁରୁତର ଆହତ ହୋଇ ବଞ୍ଚିଯାଇଥିବାବେଳେ ତାଙ୍କ ହାତରୁ ମେହେନ୍ଦୀ ନ ଛାଡ଼ି ମଥାରୁ ସିନ୍ଦୂର ଲିଭିଯାଇଥିଲା। ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପହାରରେ ବୋମା ପଠାଇଥିବା ଜଣାପଡ଼ିବା ପରେ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତେବେ ପ୍ରଯୋଜକ ଶ୍ରୀଧର ମାର୍ଥା ଏହି କାହାଣୀକୁ ନେଇ ତେଲୁଗୁ ଏବଂ ଓଡ଼ିଆ ଭାଷାରେ ‘ପାଟଣାଗଡ଼’ ଫିଲ୍ମ ନିର୍ମାଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କ ଭୂମିକାରେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ଘଟଣାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ କୁଲ୍‌କଣ୍ଣର୍ର୍ୀ ଅଭିନୟ କରିଛନ୍ତି। ତେବେ ଫିଲ୍ମ ରିଲିଜ୍‌କୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୋମବାର ଏନେଇ ଶୁଣାଣି ହୋଇଥିବାବେଳେ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ଟ୍ରାଏଲ ନ ସରିବା ପର୍ଯ୍ୟନ୍ତ ଫିଲ୍ମଟି ରିଲିଜ୍‌ ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରଯୋଜକ ଶ୍ରୀଦ୍ଧର ମାର୍ଥା, ଅଭିନେତା ଅତୁଲ କୁଲକର୍ଣ୍ଣୀ, ମନୋଜ ମିଶ୍ର, ସୁନିତା କ୍ରିଷ୍ଣନ୍‌ ଏବଂ ଆଇପିଏସ ଅରୁଣ ବୋଥ୍ରାଙ୍କୁ ବମ୍ବେ ହାଇକୋର୍ଟ ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି। ପୂର୍ବରୁ ଏନେଇ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ହୋଇଥିବାବେଳେ ଫିଲ୍ମ ରିଲିଜ୍‌କୁ ସବୁଜ ସଙ୍କେତ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri