ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ ହଜାର ୭୪୭ ମତଦାତା

ଡେରାବିଶ, ୨୦।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାମିଶ ବ୍ଲକର ୨୬ଟି ପଞ୍ଚାୟତ, ଗରଦପୁର୧୮ ଓ ମାର୍ଶାଘାଇ ବ୍ଲକ ଅଧୀନରେ ଥିବା ୭ ପଞ୍ଚାୟତକୁ ମିଶାଇ ସମୁଦାୟ ୫୧ଟି ପଞ୍ଚାୟତରେ ୩୦୯ଟି ବୁଥ୍‌ରେ ୨ ଲକ୍ଷ୨୨ ହଜାର ୭୪୭ ମତଦାତା ମତଦାନ କରିବେ। ଶନିବାର ମତଦାନ କରିବା ପାଇଁ ସକାଳ ୭ଟାରୁ ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ାହୋଇଛନ୍ତି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସମୁଦାୟ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି।