ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ଗତ ସାଧାରଣ ନିର୍ବାଚନରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନର ଭୋଟ ଗ୍ରହଣ ଗତ ୨୦ ତାରିଖରେ ହୋଇଥିଲା। କେନ୍ଦ୍ରାପଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ପରିସରରେ ବୁଧବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୨୯୧୭ ଖଣ୍ଡ ଭୋଟରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ଆଗରେ ଅଛନ୍ତି। ବିଜେଡି ପ୍ରାର୍ଥୀ ଅଗ୍ରଓ୍ବାଲଙ୍କୁ ୬୭୩୫ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ୨୨୭, କୃପା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ସାମଲ ୧୬, ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରଦିପ କୁମାର ମିଶ୍ର ୩୧, ସ୍ବାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ସ୍ବାଇଁ ୭, ସ୍ବାଧୀନ ପ୍ରାର୍ଥୀ ରତିକାନ୍ତ କାନୁନ୍‌ଗୋ ୨୨, ସ୍ବାଧୀନ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ବେହେରା ୧୦, ସ୍ବାଧୀନ ପ୍ରାର୍ଥୀ ପରମାନନ୍ଦ ମହାରଣା ୧୧ ଏବଂ ସ୍ବାଧୀନ ପ୍ରାର୍ଥୀ ଦିବ୍ୟସିଂହ ଦାସ ୩ ଖଣ୍ଡ ଭୋଟ ପାଇଛନ୍ତି।
ସୂଚନାଯୋଗ୍ୟ, ଏହି ନିର୍ବାଚନ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ଓ ସାମୁଦ୍ରୀକ ଝଡ଼ ‘ଫନୀ’ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୨ଟି ତାରିଖ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନ ସ୍ଥଗିତ ରହିଥିଲା।