ପାଟକୁରା ନିର୍ବାଚନ Live Updates: ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୨୩୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଥିବା ବେଳେ ବିଜେଡି ସବୁଠାରୁ ଆଗରେ ରହିଛି। ୧୬ ରାଉଣ୍ଡ ସୁଦ୍ଧା ୧୭,୨୩୪ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୮୯,୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୨,୧୫୫ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ୨୦୧୬ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।