ପାଟକୁରା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଭୋଟ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ସକାଳ ୯ଟା ସୁଦ୍ଧା ୧୨% ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି।
ପାଟକୁରା ବିଧାନସଭା ପାଇଁ ଆଜି ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଏହି ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିବେ।