ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ ସୋମବାର ବର୍ଜ୍ୟପାଣି ଚାଷ ଜମିକୁ ଛାଡ଼ିବା ଦ୍ୱାରା ଗ୍ରାମର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଖଣି କର୍ତ୍ତୃପକ୍ଷ ଓ ପୋଲିସକୁ ଜଣାଇ କ୍ଷତିପୂରଣ ଦାବି କରିଛନ୍ତି। ଏ ନେଇ ସମାଧାନ ନ ହେଲେ ଖଣି ବନ୍ଦ ଆନ୍ଦୋଳନ କରିବେ ବୋଲି କ୍ଷତିଗ୍ରସ୍ତମାନେ ଚେତାବନୀ ଦେଇଛନ୍ତି।