ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେତେକ ବିଦ୍ୟାଳୟର ପାଚିକା ଓ ସହାୟିକାମାନେ ଯୋଗ ଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। ପ୍ରତି ସପ୍ତାହରେ ମଣ୍ଡଳସ୍ତରୀୟ ଓ ପ୍ରତିମାସ ଶେଷ ରବିବାର ବ୍ଳକସ୍ତରୀୟ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପାଚିିକାମାନେ ମାତ୍ର ୧୪ ଶହ ଟଙ୍କା ପାଇ ଶହଶହ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ରୋଷେଇ କରୁଛନ୍ତି। ଦରମା ବୃଦ୍ଧି ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଆଗାମୀ ଦିନରେ ବ୍ଲକ, ଜିଲା ଓ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତିି ନିଆଯାଇଛି। ବୈଠକରେ ରାଜେଶ୍ୱରୀ ଦେବୀ, ସରସ୍ବତୀ ସାହୁ, ନମିତା ସାହୁ, ସନ୍ତୋଷିନୀ ମହାନ୍ତି, ଲକ୍ଷ୍ମୀ ବାଡ଼ତ୍ୟା, ଏସ୍‌ ବିଜୟା, କୁମାରୀ ସାହୁ, ଜି. କାବେରୀ ଆଚାରୀ, ଦିଗପହଣ୍ଡି ବ୍ଲକ ଭୀସ୍ମଗିରିରୁ ସରସ୍ବତୀ ବିଷୋୟୀ, ରେଣୁ ଗୌଡ଼, ଗୀତାଞ୍ଜଳି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।