Categories: ଜାତୀୟ

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ କରିଥିଲେ ଯେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିଚାଲିଛି। ଏହାକୁ ଅସ୍ତ୍ର କରି ପାକିସ୍ତାନ ଜାତିସଂଘକୁ ଚିଠି ଲେଖି ଜଣାଇଥିଲା ଯେ, ରାହୁଲ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଘଟୁଥିବା କହିଛନ୍ତି। ତେବେ ଏହାକୁ ନେଇ ରାହୁଲ ପାକିସ୍ତାନକୁ କଡ଼ା ଉତ୍ତର ଦେଇଛନ୍ତି। ରାହୁଲ କହିଛନ୍ତି ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏନେଇ ବାହାରର କୌଣସି ପକ୍ଷ ହସ୍ତକ୍ଷେପ କରିବା ଅନାବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସହିତ ମୋର କେତେକ ଅସହମତି ରହିଛି। ତେବେ ଜମ୍ମୁ-କଶ୍ମୀରରେ ଘଟୁଥିବା ହିଂସା ପାଇଁ ସୀମାପାର ପଡ଼ୋଶୀ ହିଁ ଦାୟୀ ବୋଲି ରାହୁଲ କହିଛନ୍ତି।

Share