Categories: ଜାତୀୟ

ପାକିସ୍ତାନୀ ଆତଙ୍କବାଦୀଙ୍କ ମୁକାବିଲା: ସେନା ପକ୍ଷରୁ ଜାରି ରହିଛି ଅପରେଶନ୍‌ ତୃମ୍‌ଖାଲ୍‌

ଶ୍ରୀନଗର,୧୬।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଯୋଜନାବଦ୍ଧ ଭାବେ ୨୪ରୁ ଅଧିକ ତାଲିମ୍‌ପ୍ରାପ୍ତ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ଗାନ୍ଦରବଲସ୍ଥିତ ତୃମ୍‌ଖାଲ୍‌ ଜଙ୍ଗଲରେ ଅନୁପ୍ରବେଶ କରିଛନ୍ତି। ଏଥିପାଇଁ ଭାରତୀୟ ସେନା ପକ୍ଷରୁ ଅପରେଶନ୍‌ ତୃମ୍‌ଖାଲ୍‌ ସେପ୍ଟେମ୍ବର ୨୭ ରାତିଠାରୁ ଆରମ୍ଭ କରାଯାଇଛି। ଏନେଇ ସେନା ପକ୍ଷରୁ ଟୁଇଟ୍‌ କରି ସେପ୍ଟେମ୍ବର ୨୮ରେ ସୂଚନା ଦିଆଯାଇଥିଲା। ଇତିମଧ୍ୟରେ କିଛି ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର କରାଯିବା ସହିତ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯିବା ଲାଗି ଭାରତୀୟ ସେନା ପକ୍ଷରୁ ଏହାର ଇଲିଟ୍‌ ପାରା କମାଣ୍ଡୋଙ୍କୁ ତୃମ୍‌ଖାଲ୍‌ ଜଙ୍ଗଲର ଭିନ୍ନ ଭିନ୍ନ ସ୍ଥାନରେ ହେଲିକପ୍ଟରରୁ ଓହ୍ଲାଇ ଦିଆଯାଇଛି।

Share