Categories: ଜାତୀୟ

ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରୁ ସୁରକ୍ଷା: ନିୟନ୍ତ୍ରଣ ରେଖାଠାରେ ନିର୍ମିତ ହେଉଛି ୩ ହଜାରରୁ ଅଧିକ ବଙ୍କର

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବଙ୍କର ନିର୍ମାଣ ଜାରି ରହିଛି। ରାଜୌରୀ ଜିଲାରେ ଭାରତ ସରକାରଙ୍କ ପକ୍ଷରୁ ୩ ହଜାର ଶହେ ୩୧ ବଙ୍କର ନିର୍ମାଣ କରାଯିବା ଲାଗି ଯୋଜନା କରାଯାଇଛି। ଇତିମଧ୍ୟରେ ଏଠାରେ ୧୨ ଶହ ବଙ୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏକ ହଜାର ବଙ୍କର ନିର୍ମାଣ ଜାରି ରହିଛି। ଏହାର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ରାଜୌରୀ ଡିଡିସି ମହମ୍ମଦ ଏଜାଜ୍‌ ଅସଦ୍‌ ସୂଚନା ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ୧୨ଶହରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତ କରାଯାଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଏଠାରେ ମୋର୍ଟାର ଶେଲିଂ ମାଡ଼ କରୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Share