Posted inଜାତୀୟ

ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ପଞ୍ଜାବ ଆସୁଛି ତୁର୍କୀ ପିସ୍ତଲ

ଚଣ୍ଡିଗଡ଼,୨୩ା୬: ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା।

ଚଳିତ ମାସରେ ପାକିସ୍ତାନ ୪ ଥର ଡ୍ରୋନ୍‌ ଯୋଗେ ପିଏକ୍ସ୫ ପିସ୍ତଲ ଡ୍ରପ୍‌ କରାଇଥିବାବେଳେ ପଞ୍ଜାବ ପୋଲିସ ସେଗୁଡ଼ିକୁ ଜବତ କରିଛି। ତୁର୍କୀର ଟିସାସ୍‌ ଏହି ପିସ୍ତଲଗୁଡ଼ିକର ନିର୍ମାତା। ଗତ ଶନିବାର ଅମୃତସରରୁ ୩ଟି ପିଏକ୍ସ୫ ପିସ୍ତଲ ଜବତ ହୋଇଛି। ପୂର୍ବରୁ ଜିଗାନା ପିତଲ ଜବତ ହୋଇଥିଲା। ପୂର୍ବରୁ ଅମୃତସର କମିଶନରେଟ୍‌ ପୋଲିସ ସ୍ଥାନୀୟ ଅପରେଟରଙ୍କୁ ଗିରଫ କରିବା ସହ ପାକ୍‌ ସମର୍ଥତ୍ତ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ (ବିକେଆଇ) ଟେରର ମଡ୍ୟୁଲ୍‌କୁ ଧ୍ୱଂସ କରିଥିଲା।

ବ୍ରିଟେନରେ ରହୁଥିବା ଧରମ ସିଂ ଓରଫ ଧରମ ସାନ୍ଧୁ ଏହି ମଡ୍ୟୁଲକୁ ଚଳାଉଥିଲେ। ତାଙ୍କ ନିକଟରୁ ୬ଟି ଅତ୍ୟାଧୁନିକ ବିଦେଶୀ ନିର୍ମିତ ପିସ୍ତଲ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ଓଁକାର ସିଂ ଓରଫ ନଓ୍ବାବ ଅମୃତସରର ଜଲାଲୁସ୍‌ମା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିଲା। ପାକିସ୍ତାନରୁ ସୀମାପାର ଅସ୍ତ୍ର ଚୋରାଚାଲାଣରେ ୪ଟି ୯ଏମ୍‌ଏମ୍‌ ଗ୍ଲୋକ୍‌ ପିସ୍ତଲ ଏବଂ ୨ଟି ପଏଣ୍ଟ ୩୦ ବୋର୍‌ ପିଏକ୍ସ୫ ପିସ୍ତଲ ରହିଥିଲା। ଧରମ ସିଂଙ୍କର ପାକିସ୍ତାନୀ ଆତଙ୍କବାଦୀ ହରବିନଦର ସିଂ ଓରଫ ରିଣ୍ଡାଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri