Categories: ଜାତୀୟ

ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଏନେଇ ଭାରତ ଏବେ ସୀମାରେ ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ(ଆଇବିଜି) ମୁତୟନ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଏହି ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ ପ୍ରାୟ ୩୩୨୩ କିଲୋମିଟର ଲମ୍ବା ହେବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପାକିସ୍ତାନ ସୀମାରେ ମୁତୟନ କରାଯିବ। ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତୀୟ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି ଭାରତୀୟ ସେନା ପ୍ରାୟ ୧୧-୧୨ ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ ପ୍ରସ୍ତୁତ କରିବ। ଏହା ପୂର୍ବ ଓ ପଶ୍ଚିମ ଭାରତର ସୁରକ୍ଷା ପାଇଁ ନିୟୋଜିତ ହେବେ। ସୂଚନାଯୋଗ୍ୟ, ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ ସେନାର ସବୁଠାରୁ ବଡ ପୁର୍ନଃଗଠନ ଯାହା ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ କରାଯାଉଛି।

Share