ପାଓ୍ବାର ଟିଲର ନ ପାଇ ସୁଧ ଦେଉଛନ୍ତି ଗଜେନ୍ଦ୍ର: ନ୍ୟାୟ ନ ମିଳିବାରୁ କରିବେ ଅନଶନ

କେନ୍ଦୁଝର , ୮ା୮ (ସ୍ବ.ପ୍ର.)-ଦୀର୍ଘ ୧୦ ମାସ ହେଲା ଋଣ ଅନୁମୋଦିତ ହୋଇଛି ା ଏଥିପାଇଁ ସୁଧ ଆଦାୟ ଦେଉଛନ୍ତି କିନ୍ତୁ ପାଓ୍ବାର ଟିଲର ମିଳୁନଥିବାରୁ କେନ୍ଦୁଝର ଜିଲା ପାଟଣା ବ୍ଲକ ବଳିଆପଶି ଗ୍ରାମର ଜଣେ ଯୁବ ଆଦିବାସୀ ଚାଷୀ ଚାଷ କାମ କରିପାରୁନାହାନ୍ତି। ତାଙ୍କ ନାମ ଗଜେନ୍ଦ୍ର ନାଏକ ା ସେ ଏକ ପାଓ୍ବାର ଟିଲର ପାଇଁ ଚେମଣା ଗ୍ରାମ ସ୍ଥିତ ରାଜନଗର ଲ୍ୟାମ୍ପରେ ଆବେଦନ କରିଥିଲେ ା ତାଙ୍କ ନାମରେ ଲୋନ ଆକାଉଣ୍ଟ ୧୪୭୩/୩୩୧, ୨୯ ଅକ୍ଟୋବର ୨୦୧୮ ତାରିଖରେ ଖୋଲାଯାଇ ୭୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏଥିପାଇଁ ଗଜେନ୍ଦ୍ର ଅଗ୍ରୀମ ଧାର କରି ୧୫ ହଜାର ଟଙ୍କା ଯୋଗାଡ କରି ଜମା ଦେଇଥିଲେ। ପାଓ୍ବାର ଟିଲର ମିଳିଲେ ଚାଷ କରିବେ ବୋଲି ଆଶା କରିଥିଲେ। ତେବେ ଉକ୍ତ ଡିଲର ଟିଲର ନ ଦେଇ ଲ୍ୟାମ୍ପରୁ ଋଣ ଟଙ୍କା ନେଇ ପଳାଇଯାଇଥିବାରୁ ଗଜେନ୍ଦ୍ର ଚିନ୍ତାରେ ରହିଛନ୍ତି। ଏନେଇ ଲ୍ୟାମ୍ପ ଓ ଡିଲରକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ସେ ଫେବୃୟାରୀ ମାସରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଥିଲେ। ଜିଲାପାଳଙ୍କ ପ୍ରକୋଷ୍ଠରୁ ସଦର ଥାନାକୁ ପଦକ୍ଷେପ ନେବାକୁ ଆଦେଶ ହୋଇଥିବା ଜଣାପଡିଛି।
ସରକାର ଚାଷୀ ମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରସ୍ତୁତ କରି ସହାୟତା କରୁଥିବା ଦାବି କରୁଥିବା ବେଳେ ତଳ ସ୍ତରରେ କିପରି ଚାଷୀ ମାନେ ପ୍ରତାରିତ ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ା ଏସମ୍ପର୍କରେ ଚେମଣା ଲ୍ୟାମ୍ପ ଏମଡି ଜିତେନ୍ଦ୍ର ସିଂ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଯେଉଁ ସୋ ରୁମରୁ ଟିଲର ନେବେ ତାହାର କୋଟେସନ ଆଣିବା ପରେ ଆମେ ଋଣ ବ୍ୟବସ୍ଥା କରିଥାଉ ା ତାପରେ ଡେଲିଭରୀ ଅର୍ଡର ଚାଷୀଙ୍କୁ ଦେଇଥାଉ ା ଉକ୍ତ ଅର୍ଡର ନେଇ ଚାଷୀ ପାଓ୍ବାର ଟିଲର ଆଣିଥାନ୍ତି। ଡେଲିଭରୀ ହେବା ପରେ ସୋ ରୁମକୁ ଋଣ ଟଙ୍କା ପୈଠ କରିଥାଉ। ଏଥିରେ ତାଙ୍କର କୌଣସି ଭୂଲ ନାହିଁ ା ତେବେ ଟିଲର ନ ପାଇ ଡେଲିଭରୀ ଅର୍ଡର ଦେବା କଥା ନୁହେଁ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗଜେନ୍ଦ୍ରଙ୍କ ସରଳତାର ସୁଯୋଗ ନେଇ ଉକ୍ତ ଡିଲର ଡେଲିଭରି ଅର୍ଡର ସହିତ ଦସ୍ତଖତ ନେବା ପରେ ଲ୍ୟାମ୍ପରେ କାଗଜପତ୍ର ଦେଇ ଟଙ୍କା ନେଇଯାଇ ଫେରାର ହୋଇଯାଇଛନ୍ତି। ଏଭଳି ଜିଲାର ବହୁ ଚାଷୀଙ୍କ ଠାରୁ ଏଭଳି ଟିଲର ନ ଦେଇ ଟଙ୍କା ନେଇ ଫେରାର ହୋଇଯାଇଥିବା ଆଲୋଚନା ହେଉଛି। ଏଣୁ ଏନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି। ନଚେତ୍‌ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri