ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା । ଏହି ସଂନ୍ଧ୍ୟାରେ ମହୋତ୍ସବର ମୁକ୍ତାକାଶ ମଂଚଞ୍ଚରେ ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୀତ ,ମଡର୍ଣ୍ଣଡ୍ୟାନ୍ସ,ଲୋକନୃତ୍ୟ,ପାଇକ ଅଖଡାଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ା ସଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପାଖୁଡାରେ ଆଂଚଳିକ ସାଂସ୍କତିକ କାର୍ଯ୍ୟକ୍ରମରେବେଗୁନିଆ ବ୍ଲକ କଂଟାମଳିମ ଗ୍ରାମର ମା’କାଳିକାସଂଘର ପାଇକ ଆଖଡା ର ସାମରିକ ରଣ କୈାଶଳ ଦର୍ଶକ ମାନଙ୍କୁ ପାଇକ ବିଦ୍ରୋହ କୁ ମନେପାକଇଦେଇଥିଲା । ଅନ୍ୟପମଂଚରେ ପରିବେଷିତ, ସଂଙ୍କିର୍ତନ ଡ୍ୟାନ୍ସ ଡ୍ୟାନ୍ସ ଓ ନାଟକ ବେଶ ଉପଭୋଗ୍ୟ ଥିଲା ।

ସଂସ୍କୃତିକ କାର୍ଯ୍ୟକ୍ରମର ୨ୟ ପାଖୁଡାରେ ଭାରତ ସରକାରଙ୍କ କୋଲକତା ସ୍ଥିତ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଂଟର ପ୍ରାୟୋଜିତ ପୁରୁଲିଆର ଛଉ ନୃତ୍ୟ ଦର୍ଶକ ମାନଙ୍କ ପାଇଁ ଅକର୍ଷଣୀୟ ଥିଲା । ସେହିପରି ରାଜ୍ୟସଂସ୍କୃତି ବିଭାଗ ସୈାଜନ୍ୟରେ କଳାହାଣ୍ଡି ରୁ ଆସିଥିବା ବଜାସାଲ ନୃତ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ ଭରବଙ୍କନଶ୍ୱରୁ ଆସିଥିବା ଲୋକନୃତ୍ୟ ଓଡିଶା କଳା ସଂସ୍କୃତି କୁ ଉଦଯିବିତ କରିଥିଲା । ଅପରପକ୍ଷରେ ବୋଲଗଡର ଆରଧନା ପ୍ରିନସେସ ଡ୍ୟାନ୍ସ ଡ୍ୟାନ୍ସ ଏକାଡେମୀ ର କ୍ରିଏଟିଭ ଡ୍ୟାନ୍ସ ଓ ରାଜସୁନାଖଳା ରକଷ୍ଟାର ଗ୍ଲୋଭି ବଏଜ ଟିମର ମଡର୍ଣ୍ଣ ଡ୍ୟାନ୍ସକୁ ଯୁବକ ମାନେ ମନଭରି ଉପଭୋଗ କରିଥିଲେ ।

ମହୋତ୍ସବ କମିଟି ଉପସଭାପତି କୃଷ୍ଣ ମହୋନ ପାଲଟାସିଂହ ପୈାରୋହିତ୍ୟରେ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସତ୍ୟ ପ୍ରକାଶ ନାୟକ , ସମ୍ମାନୀତ ଅତିଥି ଭାବେ ଯୁବନେତା ପ୍ରଦୀପ କୁମାର ସାହୁ ,ପୃଥିବଲ୍ଲଭ ପଟ୍ଟନାୟକ, ସୁଶ୍ରୀ ଗୈାରୀ ଦେବୀ ,ଧିରେଶ ମହାପାତ୍ର,ଗଦାଧର ଚମ୍ପତି,ଶ୍ରୀନିବାସ ଛୋଟ୍ଟରାୟ ଅମ୍ବିକା ପ୍ରସାଦ ମହା‘ି,ମହୋସତ୍ବ ସ୍ମରଣୀକା କମିଟିରସମ୍ପାଦକ ପାର୍ବତିକା‘ ଚମ୍ପତିରାୟ ପ୍ରମୁଖ ମଂଚାସିନ ଥିଲେ । ପୁଜ୍ୟପୂଜା କାର୍ଯ୍ୟକ୍ରମରେ ବୋଲଗଡ ରନତ୍ ସମ୍ମାନରେ ଡକ୍ଟର ରୋହିଣୀକା‘ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯଅଇଛି । ସେହିପରି ବୋଲଗଡ ସମ୍ମାନରେ ଶତ୍ରୁଷ୍‌ନ ମାନସିଂହ ଏବଂ ସୁଶ୍ରୀ ଆରୋଶିଖା ଦିବ୍ୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।