ପହଣ୍ଡିବିଜେରେ ଆକର୍ଷଣ ଟାହିଆ

ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ ମନ ବ୍ୟାକୁଳ ଥାଏ। ଆଉ ଏହି ଦୃଶ୍ୟ ଦେଖି ଭକ୍ତିଭାବ ଆହୁରି ବଢିଯାଏ। ପହଣ୍ଡି ସମୟରେ ଟାହିଆ ପରିବେଶକୁ ଆହୁରି ଭକ୍ତିମୟ କରେ। ପ୍ରତିବର୍ଷ ଏହି ଟାହିଆ ଯୋଗାଇଥାଏ ପୁରୀସ୍ଥିତ ରାଘବଦାସ ମଠ। ଠାକୁରଙ୍କର ଯେତେଥର ପହଣ୍ଡି ବିଜେ ହୁଏ ସେତେଥର ଏହି ମଠ ପକ୍ଷରୁ ଟାହିଆ ଯୋଗାଇ ଦିଆଯାଏ। ସୋଲ, ଜରି, ଜାମ୍ବୁରାରେ ନିର୍ମିତ ଏହି ଟାହିଆ ଠାକୁରଙ୍କ ମୁଣ୍ଡରେ ଶୋଭା ପାଇଥାଏ।