Categories: ରାଜ୍ୟ

ପୁରୀରେ ପହଁଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦ା୪: କରୋନା ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଗୁରୁବାର ପୁରୀରେ ପହଞ୍ଚତ୍ଛି ନବମ ପର୍ଯ୍ୟାୟ ରଥକାଠ। ବୌଦ୍ଧ ବନଖଣ୍ଡରୁ ଏକ ଟ୍ରେଲର ଯୋଗେ ୪୦ ଫୁଟିଆ ୨୭ ଖଣ୍ଡ ଅସନ ଓ ଧଉରା କାଠ ଆସିଛି। ଏଥିରେ ୧୦ ଖଣ୍ଡ ଧଉରା ଓ ୧୭ ଖଣ୍ଡ ଅସନ କାଠ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।  ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତ ବର୍ଷ ଆସିଥିବା କାଠ ମଧ୍ୟରୁ ୧୯୩ ଖଣ୍ଡ ବଳକା ରହିଛି। ଏଥର ୬୭୨ ଖଣ୍ଡ କାଠ ଆସିବ। ଏଥିମଧ୍ୟରୁ ୨୬୬ ଖଣ୍ଡ କାଠ କଟକ ଖପୁରିଆସ୍ଥିତ ସ’ ମିଲ୍‌ ଏବଂ ୪୦୬ ଖଣ୍ଡ କାଠ ରଥଖଳାକୁ ଆସିବ। ପୂର୍ବରୁ ରଥଖଳାକୁ ୨୮୮ ଖଣ୍ଡ କାଠ ଆସିଥିବାବେଳେ ଶନିବାର ୨୭ ଖଣ୍ଡକୁ ମିଶାଇ ମୋଟ ୩୧୫ ଖଣ୍ଡ କାଠ ଆସିଲାଣି। ବାକି ୯୧ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚତ୍ବ ବୋଲି ତତ୍ତ୍ବାବଧାରକ କହିଛନ୍ତି। ତେବେ ବିଧି ଅନୁଯାୟୀ ଗତ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯାଇଛି। କିନ୍ତୁ ଲକ୍‌ଡାଉନ ଯୋଗୁ ମେ ୩ ତାରିଖ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।