ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ ଦୁଇଦିନ ବାକି ଥିବାବେଳେ ଗୁରୁବାର ପ୍ରଶାସନକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ ପଶ୍ଚିମ ପାର୍ଶ୍ୱରେ ଅଧାରେ ଅଟକିଛି ସର୍ଭେ। ଉଚ୍ଛେଦ ତ ଦୂରର କଥା, କୌଣସି ମାପଚୁପ କରାଇଦେବେ ନାହିଁ ବୋଲି ପ୍ରଭାବିତ ହେବାକୁ ଥିବା ଲୋକେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ପ୍ରଭାବିତଙ୍କ ମଧ୍ୟରେ ଏ ନେଇ ଆଲୋଚନା ବିଫଳ ହୋଇଛି। ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ଅଧାରୁ ଅତିରିକ୍ତ ଜିଲାପାଳ ଉଠି ଆସିଥିବା ଜଣାପଡ଼ିଛି। ଆଗକୁ ଏହି ସର୍ଭେ କାର୍ଯ୍ୟ କି ମୋଡ଼ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଗୁରୁବାର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମାପଚୁପ ଆରମ୍ଭ ହୋଇଥିଲା। ପଶ୍ଚିମ ପାର୍ଶ୍ୱରେ ଡିଜିପିଏସ୍‌ ସର୍ଭେ ବେଳେ ପ୍ରଥମେ ବାସେଳୀ ଠାକୁରାଣୀ ମନ୍ଦିର ଗଳିରେ ଜଣେ ମହିଳା ମାପଚୁପ କରୁଥିବା କର୍ମଚାରୀ ଏବଂ ପୋଲିସକୁ ବିରୋଧ କରିଥିଲେ। ସର୍ଭେ କରୁଥିବା କର୍ମଚାରୀ ଚପଲ ପିନ୍ଧି ଘରଦ୍ୱାର ଭିତରକୁ ପଶି ଯାଉଥିବା ନେଇ ମହିଳା ଜଣକ ଆପତ୍ତି ଉଠାଇଥିଲେ। ନୋଟିସ୍‌ ନାହିଁ, କେଉଁ ଆଧାରରେ ଆମ ଘର ଭିତରେ ପଶିଯାଉଛ ବୋଲି ପଚାରିଥିଲେ। ଏହାପରେ କପାଳମୋଚନ ମନ୍ଦିର ନିକଟରେ ମାପଚୁପ ଚାଲିଥିବାବେଳେ କର୍ମଚାରୀମାନେ ମନ୍ଦିର ଭିତରକୁ ଚପଲ ପିନ୍ଧି ପଶୁଥିବା ନେଇ ହୋ ହଲ୍ଲା ହୋଇଥିଲା। ମଣିକର୍ଣ୍ଣିକା ସାହି ଓ ହରଚଣ୍ଡୀ ସାହିର କିଛି ଅଂଶ ମାପଚୁପ ଆରମ୍ଭ ସମୟରେ ଜୋର୍‌ଦାର ବିରୋଧ ହୋଇଥିଲା। ପ୍ରଶାସନ ସେମାନଙ୍କ ସହ ଆଲୋଚନା ନ କରି ହଠାତ ଉଚ୍ଛେଦ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ସେବାୟତ ପରିବାର କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସେବାୟତ ପରିବାର ସ୍ଥାନାନ୍ତର ହେଲେ ଠାକୁରଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସର୍ଭେକୁ ବନ୍ଦ ରଖାଯାଇଥିଲା। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ପହଞ୍ଚିତ୍ କହିଥିଲେ, ଏବେ କେବଳ ସର୍ଭେ ହେଉଛି। ୭୫ ମିଟରର ଶେଷ ସୀମା କେଉଁଠି ତାହା ଚିହ୍ନଟ ଚାଲିଛି। ଏହାପରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା ହେବ। ସେମାନେ ଚାହିଁଲେ ସିଧାସଳଖ ଜିଲା ପ୍ରଶାସନ ନିକଟରେ ତାଙ୍କ ଆପତ୍ତି ଅଭିଯୋଗ ରଖିପାରିବେ। ଏଥିପାଇଁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ତେଣୁ ବ୍ୟତିବ୍ୟସ୍ତ ନ ହେବାକୁ ସେ ଲୋକଙ୍କୁ ବୁଝାଇଥିଲେ। ହେଲେ ଲୋକେ ସର୍ଭେ କରାଇଦେବେ ନାହିଁ ବୋଲି ଜିଦ୍‌ ଧରିବାରୁ ଆଲୋଚନା ଅଧାରୁ ଅତିରିକ୍ତ ଜିଲାପାଳ ଉଠି ଆସିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ବର୍ତ୍ତମାନ କେବଳ ୭୫ ମିଟର କେଉଁ ପର୍ଯ୍ୟନ୍ତ ରହିଛି ତାହାର ସୀମା ନିର୍ଦ୍ଧାରଣ କରୁଛୁ। ଏଥିପାଇଁ କ୍ଷତିଗ୍ରସ୍ତଙ୍କୁ କିପରି ଠିକ୍‌ ଭାବେ ଥଇଥାନ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ସର୍ଭେ ସମୟରେ ସମସ୍ତେ ସହଯୋଗ କରିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri