ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା: ହକ୍‌ ପାଇଁ ଲଢେଇ ଦରକାର

ବଲାଙ୍ଗୀର ଅଫିସ,୧୩।୧: ବଲାଙ୍ଗୀରଠାରେ ପଶ୍ଚିମ ଓଡିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ସମାଜ ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ସମ୍ବିଧାନରେ ଦେଶର ମୂଳ ବାସିନ୍ଦା ଆଦିବାସୀମାନଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଶୋଷିତ ଶ୍ରେଣୀ ଯେ, ପର୍ଯ୍ୟନ୍ତ ସ୍ବଚ୍ଛଳବର୍ଗଙ୍କ ସହ ଅର୍ଥନୈତିକସ୍ତରରେ ସମାନତା ପାଇପାରି ନାହାନ୍ତି ସେପର୍ଯ୍ୟନ୍ତ ସ୍ବତନ୍ତ୍ର ସୁବିଧା ସୁଯୋଗ ପାଇବା ଦାବି ଯୁକ୍ତିଯୁକ୍ତ ବୋଲି ବିଧାୟକ ମିଶ୍ର ବକ୍ତବ୍ୟରେ କହିଥିଲେ ା ସରକାର ମଧ୍ୟ ଏଭଳି ଦାବିକୁ ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଥିଲେ। ତିଅର ସମାଜ ବିଶେଷ କରି ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ନ କରିଛି ସେପର୍ଯ୍ୟନ୍ତ ତାଙ୍କର ହକ୍‌ର ଲଢେଇକୁ ସମର୍ଥନ ଦେବେ ବୋଲି ବିଧାୟକ ମିଶ୍ର କହିଥିଲେ। ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ ନିକଟସ୍ଥ ରେଲୱେ ରିକ୍ରେସନ କ୍ଲବଠାରେ ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜ ମହାସଭାରେ ମୁଖ୍ୟ ଅତିଥି ମିଶ୍ର ତିଅର ସମାଜ ପୂର୍ବତନ ସଭାପତି ନିଲମ ବେହେରା, ରାଜ କୁମାର ବେହେରା, ସମାଜିକ କର୍ମୀ ଉଦ୍ଧବ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ପଶ୍ଚିମ ଓଡ଼ିଶାରୁ ବିଭିନ୍ନ ଶାଖା କମିଟିରୁ ଯୋଗ ଦେଇଥିବା ନେତୃବୃନ୍ଦ ସମାଜର ଉନ୍ନତି ଓ ବିକାଶ ଦିଗରେ ସୁଚିନ୍ତିତ ମତାମତ ଦେଇଥିଲେ ା ସଭା ପରେ ଆଗାମୀ ବର୍ଷ ପାଇଁ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ସମାଜର ଗଣେଶରାମ ବେହେରା, ଧ୍ରୁବ ବେହେରା, ଭିକାରୀ ବେହେରା, ବୃନ୍ଦାବନ ବେହେରା, ଅମିତ ବେହେରା, ଲିପ୍‌ତିମୟୀ ବେହେରା, ଲିସାରାଣୀ ବେହେରା, ସୁନୈନା ବେହେରା, ଯୁଧିଷ୍ଠିର ବେହେରା, ବାବୁଲା ବେହେରା, ପବିତ୍ର ବେହେରା, ଅନ୍ତ ବେହେରା, ପିଣ୍ଟୁ ବେହେରା, ସାର୍ତ୍ତିକ ବେହେରା, ଭବାନୀ ବେହେରା, ସୁଶାନ୍ତ ବେହେରା, ସନ୍ତୋଷ ବେହେରା, ଶ୍ୟାମ ବେହେରା ଓ ରାସେଶ୍ୱର ବେହେରା ଉପସ୍ଥିତ ରହି ବିଭିନ୍ନ ଦାୟିତ୍ୱ ପରିଚାଳନା କରିଥିଲେ ା ଶେଷରେ ସମାଜ ସମ୍ପାଦକ ଅକ୍ଷୟ ବେହେରା ଧନ୍ୟବାଦ ଦେଇଥିଲେ ା