ପଶ୍ଚିମ ଓଡ଼ିଶା ଜଳାର୍ଣ୍ଣବ

ଭୁବନେଶ୍ୱର, ୯ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା ସମ୍ବଲପୁର ଜିଲାରେ ହାରାହାରି ୧୧୩.୨ମିମି ବର୍ଷା ହୋଇଥିବାବେଳେ ବରଗଡ଼ରେ ୯୫.୨ ଓ ଦେବଗଡ଼ରେ ୬୭.୧ମିମି ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସୂଚନା ଦେଇଛନ୍ତି। ସମ୍ବଲପୁରର ଦୁଇଟି ବ୍ଲକ୍‌ରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁଜୁମୁରା ବ୍ଲକ୍‌ରେ ୨୩୧. ୬ ମିମି ଓ ମଣେଶ୍ୱର ବ୍ଲକରେ ୨୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହ ୯ଟି ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସମ୍ବଲପୁର ମ୍ୟୁନିସିପାଲିଟି ଅଞ୍ଚଳ ଓ ଧନକଉଡ଼ା ବ୍ଲକ ଜଳମଗ୍ନ ହୋଇଥିଲା। ସମ୍ବଲପୁର ମ୍ୟୁନିସିପାଲର ୧୦୦ଜଣଙ୍କୁ ନିକଟସ୍ଥ କ୍ଲବ୍‌ ଘରକୁ ସ୍ଥାନାନ୍ତର କରାଯାଇଥିବାବେଳେ ଧନକଉଡ଼ା ବ୍ଲକର ଭୋଇତିକ୍ରା ଗାଁର ପ୍ରାୟ ୧୫୦ ଲୋକଙ୍କୁ ବାବୁବନ୍ଧ ୟୁପି ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ପାଣି କମିବା ପରେ ସେମାନେ ଫେରି ଯାଇଛନ୍ତି।
ତେବେ ପ୍ରବଳ ବର୍ଷା ଯୋଗୁ ସେଠାରେ ଅନେକ ଘର ଭାଙ୍ଗିଥିବା ଜଣାପଡ଼ିଛି। ଭାଙ୍ଗି ଯାଇଥିବା ଘରଗୁଡ଼ିକର ତୁରନ୍ତ ଆକଳନ କରିବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ସେପଟେ ବରଗଡ଼ ଜିଲାରେ ମଧ୍ୟ ସମାନ ପରିସ୍ଥିତି ନଜରକୁ ଆସିଛି। ଏହି ଜିଲାର ଆମ୍ବଭୋନା, ଅତାବିରା, ବରଗଡ଼ ଓ ଭଟଲୀ ଆଦି ୪ଟି ବ୍ଲକର ୧୨୦ ଗାଁ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନରୁ ୫୩୬ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ବରଗଡ଼ ୟୁଏଲ୍‌ବିର କିଛି ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି। ତେବେ ବର୍ଷା ଛାଡ଼ିବା ପରେ ପରିସ୍ଥିତି ସୁଧୁରି ଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲାର ବିନିକା ଏନ୍‌ଏସିର ୩ଟି ଓ୍ବାର୍ଡ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ତିନୋଟି ପରିବାରକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଖାଦ୍ୟପେୟ ଦିଆଯାଇଥିଲା ଏବଂ ସ୍ଥିତି ସୁଧୁରିବା ପରେ ସେମାନେ ତାଙ୍କ ଘରକୁ ଫେରିଯାଇଛନ୍ତି। ବୀରମହାରାଜପୁରରୁ ରାଇରାଖୋଲ ମଧ୍ୟରେ ଥିବା ବାଉରୀଜୋର ପୋଲ ଉପରେ ପ୍ରବଳ ମାତ୍ରାରେ ବର୍ଷା ଜଳ ପ୍ରବାହିତ ହେବା ଦ୍ୱାରା ତାହା ଭାଙ୍ଗି ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଠିକ୍‌ ହୋଇଯାଇଥିବା ସୂଚନା ରହିଛି। ସେହିପରି କେନ୍ଦୁଝର ଜିଲାର ଘସିପୁରା ବ୍ଲକ୍‌ ଓ ଆନନ୍ଦପୁର ଏନ୍‌ଏସିର ତଳିଆ ଅଞ୍ଚଳରେ ପାଣି ମାଡ଼ି ଆସିଛି। ଆନନ୍ଦପୁର ୟୁଏଲ୍‌ବିର ପଦ୍ମପୁର ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ କରାଯାଇଥିଲା। ଘସିପୁରା ବ୍ଲକର ୭ଜଣ ଓ ଆନନ୍ଦପୁର ୟୁଏଲ୍‌ବିର ୨ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ପ୍ରବଳ ବର୍ଷା ଯୋଗୁ ଯାଜପୁର ଜିଲାର ଆଖାପଦାଠାରେ ବୈତରଣୀ ନଦୀ ଓ ଗଜପତି ଜିଲାର କାଶୀନଗରଠାରେ ବଂଶଧରା ନଦୀ ଜଳ ବିପଦ ସଙ୍କେତ ଟପିିଥିବା ଏସଆରସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri