ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର କଳାହାଣ୍ଡି ସାଂସଦ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ହେଁ ତାଙ୍କୁ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶଭାବ ଦେଖାଦେଇଛି। ୨୦୧୪ରେ ରାଜ୍ୟର ୨୧ଟି ଲୋକ ସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନ ଭାଜପା ଜିତିଥିଲା। ତାହା ଥିଲା ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼। ସେଥିରୁ ସୁନ୍ଦରଗଡ଼ ସାଂସଦଭାବେ ଜୁଏଲ ଓରାମ ବିଜୟୀ ହୋଇ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ବି ନବୀନ ଝଡ଼ ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଭାଜପାକୁ ବଡ଼ ସଫଳତା ମିଳିଛି। ୫ଟି ଯାକ ଲୋକ ସଭା ଆସନ ଭାଜପା ହାତେଇପାରିଛି। ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରୁ ଜଣେ କାହାକୁ ମୋଦି ମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ପୂର୍ବରୁ ଅଟଳବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ବରିଷ୍ଠ ଆଦିବାସୀ ନେତା ଜୁଏଲ୍‌ ଓରାମ ବି ନିଜର ମନ୍ତ୍ରୀପଦ ହରାଇଛନ୍ତି। ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ, ୫ଥର ସାଂସଦ, ୨ ଥର ବିଧାୟକ, ଦଳର ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ ସମ୍ପାଦକ ଆଦି ପଦରେ ରହିଥିବା ଜୁଏଲ ଚଳିତ ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟରେ କଂଗ୍ରେସର ଜର୍ଜ ତିର୍କୀଙ୍କୁ ହରାଇଥିଲେ। କିନ୍ତୁ ସେ ମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଓଡ଼ିଶାରୁ ଧର୍ମେନ୍ଦ୍ରଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ବରଗଡ଼ରୁ ଜିତିଥିବା ଦଳର ରାଷ୍ଟୀୟ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେନ୍ଦ୍ର ପୂଜାରୀ, କଳାହାଣ୍ଡିରୁ ଜିତିଥିବା ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ୪ ଥରର ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖଙ୍କୁ ବି ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳ ପାଇଁ ବିଚାରକୁ ନିଆଯାଇ ନାହିଁ। ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ନିରାଶ ଭାବ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri