Categories: ଜାତୀୟ

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ସଚିବ ରାଜୀବ ଗୌଓ୍ବାଙ୍କ ସମେତ ଅନ୍ୟ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଅଲିଗଡ଼ ଘଟଣା ଉପରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହିତ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ୍‌ କରିବେ ବୋଲି କୁହାଯାଉଛି।

Share