ପଶ୍ଚିମବଙ୍ଗ ମାଟିରେ ଥାଇ ଏମିତି କଥା କହିଦେଲେ ମୋହନ ମାଝୀ: ଚାରିଆଡ଼େ ଚର୍ଚ୍ଚା

ଭୁବନେଶ୍ୱର,୯ା୫(ସୁନିତ୍‌ ମିଶ୍ର):କୋଲକାତାଠାରେ ଶୁକ୍ରବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଭାଜପା ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ଶାହାଙ୍କୁ ପର୍ଯ୍ୟବେକ୍ଷକ ଏବଂ ମୋହନଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯିବା ପରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରିବାକୁ ଯାଇ ମୋହନ ଚରଣ ମାଝୀ କହିଛନ୍ତି, ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଏହିଦିନକୁ ସମ୍ଭବ କରିବା ପାଇଁ ଭାଜପାର ସବୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍‌ ହେବ। ପଶ୍ଚିମବଙ୍ଗରେ ୨୦୧୧ରେ ମାତ୍ର ୩ ଆସନରୁ ଆସି ଏବେ ୨୦୭ ଆସନରେ ପହଞ୍ଚତ୍ବା ସବୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଲାଗି ଏକ ଅବିସ୍ମରଣୀୟ ଯାତ୍ରା। ଏଥିଲାଗି ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ।
ସେ ଆହୁରି କହିଛନ୍ତି, ଉଭୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଲୋକମାନେ ଶ୍ରୀଜଗନ୍ନାଥଙ୍କୁ କେବଳ ଭକ୍ତି କରନ୍ତି ନାହିଁ ବରଂ ହୃଦୟରୁ ଭଲ ପାଆନ୍ତି। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗକୁ ଉଭୟ ରାଜ୍ୟ ଭିତରେ ସ୍ନେହ ଓ ସମ୍ପର୍କ ଆହୁରି ବୃଦ୍ଧିହେବ। ବଙ୍ଗଳାର ଏହି ରୂପ ଦେଖିବା ଲାଗି ଦଳର ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀ ସବୁବେଳେ ଚାହୁଁଥିଲେ। ତାଙ୍କୁ ପଶ୍ଚିମବଙ୍ଗ ଲାଗି ଯେଉଁ ଦାୟିତ୍ୱ ମିଳିଛି ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୋଦିଙ୍କ ମାର୍ଗଦର୍ଶନ ଏବଂ ଶାହାଙ୍କ ରଣନୀତି ଲାଗି ଭାଜପା ପାଇଁ କିଛି ଅସମ୍ଭବ ନୁହେଁ। ଶୁଭେନ୍ଦୁ ଅଧିକାରୀ ଯେଉଁଭଳି ତୃଣମୂଳ କଂଗ୍ରେସର ସାମ୍ନାକଲେ, ସେଥିଲାଗି ତାଙ୍କୁ ବହୁ ଧନ୍ୟବାଦ। ଭାଜପା ସରକାର ଆସିବା ପରେ ଏଠାରେ ଶାନ୍ତି ସ୍ଥାପନ ହେବ ଏବଂ ବିକାଶ ଆଗକୁ ବଢ଼ିବ। କେବଳ କେରଳମ୍‌ ଏବଂ ତାମିଲନାଡୁକୁ ଛାଡ଼ି ଦେଲେ ଭାଜପା ବର୍ତ୍ତମାନ ସବୁ ରାଜ୍ୟରେ ସରକାରରେ ଅଛି କିମ୍ବା ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ପଶ୍ଚିମବଙ୍ଗକୁ ୩ ଥର ପ୍ରଚାର କରିବାକୁ ଆସିଛନ୍ତି। ତାଙ୍କ ସହ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ, ଏମ୍‌ପି ଏବଂ ୫୦୦ରୁ ଅଧିକ କର୍ମକର୍ତ୍ତା ପ୍ରଚାରରେ ସାମିଲ ହୋଇଥିଲେ। ସେ ଯେଉଁ ୬ଟି ଆସନରେ ପ୍ରଚାର କରିଥିଲେ ସେଥିରୁ ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବଙ୍ଗଳା ଜନସାଧାରଣ ବିକାଶ ଏବଂ ଶାନ୍ତି ପାଇଁ ଚାହିଁ ବସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବାପରେ ଆସିଲା ଶେଖ ହସିନାଙ୍କ ପ୍ରତିକ୍ରିୟା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗରେ ବିଜେପିର ନବନିର୍ବାଚିତ ବିଧାୟକ ଦଳର ଏକ ବୈଠକ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ପଦ ପାଇଁ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ବାଲିଅନ୍ତା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା: ସାଙ୍ଗଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲେ…

ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri