ବ୍ରହ୍ମପୁର ଅଫିସ,୧୭ା୧୦-ପଶ୍ଚିମବଙ୍ଗରେ ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ଗତ କିଛିବର୍ଷ ହେଲା ଏହି ଧାରା ଜାରି ରହିଛି । ସେଠାରେ ହିନ୍ଦୁମାନେ ନିଜକୁ ଅସୁରକ୍ଷିତ ମଣିଲେନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ରୋକିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ରାଜନୈତିକ ସ୍ବାର୍ଥ ପାଇଁ ହିନ୍ଦୁଙ୍କୁ ମାରିବାକୁ ଛାଡ଼ିଦେଉଛନ୍ତି । ଏଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବା ଆବଶ୍ୟକ ବୋଲି ବଜରଙ୍ଗ ଦଳ ଗଞ୍ଜାମ ଜିଲା ଶାଖା ପକ୍ଷରୁ କୁହାଯାଇଛି। ବୁଧବାର ଏନେଇ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ଙ୍କୁ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ଗତ ୧୦ତାରିଖରେ ମୁର୍ଶିଦାବାଦ୍ରେ ବନ୍ଧୁ ପ୍ରକାଶ ପାଲ୍, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ ବର୍ଷର ପୁଅକୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ସମଗ୍ର ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ହିନ୍ଦୁମାନଙ୍କ ହତ୍ୟା ପାଇଁ ବଙ୍ଗଲାଦେଶୀ ମୁସଲମାନ୍ ଅନୁପ୍ରେଶକାରୀ ଦାୟୀ। ସେମାନଙ୍କ ଭୋଟ୍ ପାଇଁ ମମତା ସରକାର ରାଜ୍ୟରୁ ତଡ଼ିବା ପାଇଁ ପଦକ୍ଷେପ ନେଉନାହାନ୍ତି। ହତ୍ୟାକାରୀଙ୍କୁ ସ୍ଥାନୀୟ ସରକାର ଖୋଲାଖୋଲି ସମର୍ଥନ କରୁଛି। ଏଣୁ ପଶ୍ଚିମବଙ୍ଗରେ ମମତା ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବା, ବନ୍ଧୁ ପ୍ରକାଶ ପାଲ୍ଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦୋଷୀଙ୍କୁ ତୁରନ୍ତ ଫାଶି ଦଣ୍ଡଦେବା, ରାଜ୍ୟରେ ଏନ୍ଆର୍ସି ଲାଗୁ କରି ବାଂଲାଦେଶୀ ଅନୁପ୍ରେବେଶକାରୀଙ୍କୁ ବାହାର କରିବା, ବାଂଲାଦେଶର ହିନ୍ଦୁମାନଙ୍କୁ ସଂରକ୍ଷଣ ଓ ସୁରକ୍ଷା ପ୍ରଦାନ ସହ ରାଷ୍ଟ୍ରବିରୋଧୀଙ୍କୁ ଚିହ୍ନଟକରି ଆଇନ୍ଗତ ଦୃଢ଼ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥିସହ ମମତା ବନାର୍ଜୀଙ୍କୁ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନ ଜିଲା ସଂଯୋଜକ ନୀଳାଞ୍ଚଳ ବିଷୋୟୀ, ବିଭାଗ ସଂଯୋଜକ ଗୌତମ ମହାରଣା, ନଗର ସଂଯୋଜକ ରାହୁଲ୍ ପାତ୍ର, ଦୀପକ ମହାପାତ୍ର, ଅରୁଣ ପ୍ରସାଦ ପାଢୀ, ହରପ୍ରସାଦ ସ୍ବାଇଁ, ନୀଳକଣ୍ଠପ୍ରସାଦ ଗୌଡ଼ ଓ ଧର୍ମେନ୍ଦ୍ର ଦାସ, ଭରତ ଜେନାଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ ।
ବିଏମ୍-୧୬-୧୯-ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ ଅଭିଯୋଗ; ରାଷ୍ଟ୍ରପତି ଶାସନ ଦାବି କଲା ବଜରଙ୍ଗ ଦଳ
Posted inଆମ ଜିଲା ଖବର, ଗଞ୍ଜାମ View All
ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...
ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା
ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...
ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…
ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...
ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...
ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: ସ୍ବାମୀଙ୍କୁ ମିଳିଲା ଏଭଳି ଦଣ୍ଡ
ରାୟଗଡା,୨୪।୧୨(ଆଶିଷ ରଞ୍ଜନ ପଣ୍ଡା)- ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍...
କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା
ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଜେଲ୍ରେ କଏଦୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...
Archives


