ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଅଞ୍ଚଳର ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି୍‌ ଫଣ୍ଡକୁ ୨୦ହଜାର ଟଙ୍କା ସହାୟତା ଦିଆଯାଇଛି। ଏହି ସଂଘର ଖରାସାହାପୁର ଓ ଅଭଣା ଅଞ୍ଚଳରେ ଥିବା ବୃଦ୍ଧ କଳାକାରମାନେ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ମାଧ୍ୟମରେ ସହାୟତା ରାଶିର ଚେକ୍‌ ପ୍ରଦାନ କରିଛନ୍ତି ା ସଂଘର ସୁଧାକର ନାୟକ, ପଦ୍ମଲୋଚନ ଦାସ, ମକରନ୍ଦ ମୁନି, ରତ୍ନାକର ପଲାଇ, ନିଳାମ୍ବର ମାଝି, ଅନନ୍ତ ପଣ୍ଡା, ବିଷ୍ଣୁମୋହନ ନାୟକ, ଘନଶ୍ୟାମ ମହାଳିକ, ପଞ୍ଚାନନ ମାଝି, ଉଦୟ ମାଝି, ସାବିତ୍ରୀ ପଲାଇ, ଯୋଗେନ୍ଦ୍ର ପୁହାଣ ପ୍ରମୁଖ ଏହି ସହାୟତା ପ୍ରଦାନ କରିଛନ୍ତି।