Categories: କଟକ

ପଲିଥିନ୍‌ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନାଥାଉ କି, ଗତ ବୁଧବାର ଦୁଇ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ପଲିଥିନ ବଣ୍ଟନ କରାଯାଉଥିଲା। କିଛି ବ୍ୟକ୍ତି ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ଅଭଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଥିଲେ। ତୁରନ୍ତ ପଲିଥିନ ମିଳିବ ବୋଲି ତହସିଲଦାର ଜିତେନ୍ଦ୍ର ପାତ୍ର ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।