ପଲାସାରୁ ଚାଲି ଚାଲି ଫେରୁଥିଲେ: ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକଙ୍କୁ ଘରକୁ ପଠାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.)- ଆନ୍ଧ୍ରପ୍ରଦେଶର ପଲାସାଠାରୁ ୧୬ ଜଣ ଶ୍ରମିକ ନିଜ ନିଜ ଘର ଅନୁଗୋଳ ଓ ବୌଦ୍ଧ ଜିଲାକୁ ଚାଲି ଚାଲି ଯିବାବେଳେ ଗଞ୍ଜାମ ପୋଲିସ ଜ଼ିଲାର ଗାଙ୍ଗପୁର ଥାନା ପୋଲିସ ସେମାନଙ୍କୁ ଠାବ କରିଥିଲେ। ପରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା। ପରେ ଜିଲା ପ୍ରଶାସନର ସହାୟତାରେ ୨ଟି ଗାଡି ଯୋଗେ ଉକ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ଘରକୁ ପଠାଯାଇଥିଲା ଲକ୍‌ଡାଉନ୍‌ ଯୋଗୁ ଏମାନେ ଆନ୍ଧ୍ରପ୍ରଦେଶର ପଲାସାଠାରେ ଫସି ରହିଥିଲେ। ଶେଷରେ କୌଣସି ଉପାୟ ନ ପାଇ ଏମାନେ ଚାଲି ଚାଲି ଘରକୁ ଫେରୁଥିଲେ।