Posted inଫୁରସତ

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର ମଧ୍ୟ ଏଠାରେ ବେଶ୍‌ ଚାହିଦା ରହିଛି…

ତାମିଲନାଡୁର ଇରୋଡ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହର ଯଥାକ୍ରମେ ଚେନ୍ନାଇଠାରୁ ପ୍ରାୟ ୪୦୦ କି.ମି, କୋଏମ୍ବାଟୁରଠାରୁ ୮୦ କି.ମି, ତିରୁପ୍ପୁରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ। ବ୍ୟବସାୟ କ୍ଷେତ୍ରରେ ଇରୋଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଖାସ୍‌କରି ହଳଦୀ ବ୍ୟବସାୟ ଏଠାରେ ଭଲ ହୋଇଥାଏ। କୁହାଯାଏ, ଦେଶର ସବୁଠାରୁ ବଡ଼ ହଳଦୀ ମାର୍କେଟ୍‌ ଏହିଠାରେ ହିଁ ଦେଖିବାକୁ ମିଳିଥାଏ। ତା’ଛଡ଼ା ସମଗ୍ର ଭାରତବର୍ଷରେ ହେଉଥିବା ହଳଦୀର ମୂଲ୍ୟ ନିରୂପଣ ମଧ୍ୟ ଏହି ମାର୍କେଟ୍‌ରେ କରାଯାଇଥାଏ। କେବଳ ସେତିକି ନୁହେଁ, ଏଠାରେ ଏକ ବଡ଼ ଟେକ୍ସଟାଇଲ୍‌ ମାର୍କେଟ୍‌ ବି ରହିଛି।

କେବେ ଯିବେ
ବର୍ଷସାରା ଇରୋଡର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ଖାସ୍‌କରି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ଶୀତଋତୁ ଅନୁଭବ ହୋଇଥାଏ। ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହେ। ଯଦ୍ଦ୍ବାରା ବୁଲାବୁଲି କରିବାକୁ ଭଲ ସୁବିଧା ହୁଏ। ତେଣୁ ଇରୋଡ୍‌ ବୁଲିବା ପାଇଁ ଏହାକୁ ସବୁଠୁ ଉପଯୁକ୍ତ ସମୟ ବୋଲି କୁହାଯାଇଥାଏ। କିନ୍ତୁ ଅନ୍ୟ ସମୟରେ ବି ଏଠାକୁ ପର୍ଯ୍ୟଟକ ବୁଲିବାକୁ ଯାଉଥିବାର ନଜିର ରହିଛି।

କେମିତି ଯିବେ
କୋଏମ୍ବାଟୁର ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ଇରୋଡଠାରୁ ପ୍ରାୟ ୯୦ କି.ମି ଦୂରରେ ଅବସ୍ଥିତ। ସେହିପରି ଇରୋଡ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ଦେଶର ବହୁ ପ୍ରମୁଖ ସହର ସହିତ ସିଧାସଳଖ ଭାବେ ସଂଯୋଗ କରିଥାଏ। ତା’ଛଡ଼ା ସଡ଼କପଥରେ ମଧ୍ୟ ଏଠାକୁ ଯିବାର ସୁବିଧା ରହିଛି।

କ’ଣ ଦେଖିବେ
ଭିଲ୍ଲୋଡ଼ ପକ୍ଷୀ ଅଭୟାରଣ୍ୟ: ଇରୋଡରେ ବୁଲିବା ପାଇଁ ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ପକ୍ଷୀ ଅଭୟାରଣ୍ୟ। ଖାସ୍‌ କରି ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏହା କୌଣସି ସ୍ବର୍ଗୀୟ ସ୍ଥାନଠୁ କମ୍‌ ନୁହେଁ। ୨୦୦ ଏକରରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ଏକ ଝରଣା ମଧ୍ୟ ରହିଛି। ୧୯୯୬ରେ ନିର୍ମିତ ଉକ୍ତ ଅଭୟାରଣ୍ୟରେ ଅନେକ ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ବିଶେଷକରି ଶୀତଦିନେ ଏଠାରେ ପ୍ରବାସୀ ପକ୍ଷୀଙ୍କର ବେଶ୍‌ ଭିଡ଼ ଜମେ। ବର୍ତ୍ତମାନ ଏହି ଅଭୟାରଣ୍ୟର ରକ୍ଷଣାବେକ୍ଷଣ ଭାର ଭାରତ ସରକାରଙ୍କ ପର୍ଯ୍ୟାବରଣ ଓ ବନ ମନ୍ତ୍ରାଳୟ ଉପରେ ନ୍ୟସ୍ତ ଅଛି।

ଧାର୍ମିକସ୍ଥଳୀ: ଇରୋଡର ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଅନେକ ଧାର୍ମିକସ୍ଥଳୀମାନ ରହିଛି। ଯେମିତିକି ଥିଣ୍ଡାଲ ମୁରୁଗାନ୍‌ ମନ୍ଦିର, ପେରିୟା ମାରିଆମ୍ମାନ ମନ୍ଦିର, ନତାଦ୍ରିଶ୍ୱର ମନ୍ଦିର, ସଙ୍ଗାମେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ।

ସାଙ୍କାଗିରି ଦୁର୍ଗ: ଏହା ସ୍ଥାନୀୟ ଏକ ଐତିହାସିକ ଦୁର୍ଗ। ଇରୋଡ ସହରଠାରୁ ପ୍ରାୟ ୨୦ କି.ମି ଦୂରରେ ଅବସ୍ଥିତ ଏହି ଦୁର୍ଗକୁ ବୁଲିଗଲେ ଅନେକ ରୋଚକପୂର୍ଣ୍ଣ କାହାଣୀମାନ ଜାଣିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri