ପର୍ଯ୍ୟଟନ କ୍ଷେତ୍ର ‘ଶମୀବୃକ୍ଷ’ ଅବହେଳିତ

କପ୍ତିପଦା,୩୦।୧୨(ଡି଼.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କୋଳିଅଳମ୍‌ ଓ ଦେବଳା ପଞ୍ଚାୟତ ସୀମାରେ ରହିଛି ପ୍ରସିଦ୍ଧ ପୌରାଣିକ ପୀଠ ‘ଶମୀବୃକ୍ଷ’। ଉଦଳାରୁ ଏହାର ଦୂରତା ପ୍ରାୟ ୧୮ କି.ମି. । ଶମୀବୃକ୍ଷ ପାହାଡ଼ର ଉଚ୍ଚତା ୭ଶହ ମିଟର। ଏହା ପାର୍ଶ୍ୱଦେଇ ପ୍ରବାହିତ କୁଶଭଦ୍ରା ନଦୀ ଏହାର ଶୋଭାକୁ ଦ୍ୱିଗୁଣିତ କରିଛି । ଏହାର ପୂର୍ବକୁ ଅନତି ଦୂରରେ ରହିଛି କାଳବନ୍ଧ। ନିକଟସ୍ଥ ଡୁବିଗଡ଼ ପାହାଡ଼ରେ ଏକ ପୁରାତନ ପୁଷ୍କରିଣୀ ଓ ମନ୍ଦିରର ଚିହ୍ନ ଥିବା ବେଳେ ଇଟାଗଡ଼ ପାହାଡ଼ରେ ଇଟା ନିର୍ମିତ କାନ୍ଥ ମାଟିରେ ପୋତିି ହୋଇପଡିଥିବା ଦେଖିବାକୁ ମିଳେ, ଯାହାକି ପୀଠର ପ୍ରାଚୀନତାକୁ ପ୍ରମାଣିତ କରୁଛି।
ଆସନ୍ତା ୧୪ ତାରିଖରୁ ମୟୂରଭଞ୍ଜର ଗଣପର୍ବ ମକର ପାଳନ ଉପଲକ୍ଷେ ଉକ୍ତ ପୀଠରେ ୧୦ ଦିନିଆ ମେଳା ଆୟୋଜନ ଲାଗି ପ୍ରସ୍ତୁତି ଜୋର୍‌ ଧରିଛି। ପୀଠର ବିକାଶ ଲାଗି ଗଠିତ ଅନନ୍ତ ବାସୁଦେବ ଟ୍ରଷ୍ଟ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ପର୍ଯ୍ୟଟନ ବିଭାଗ ବ୍ଲକ୍‌ ଜରିଆରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରବେଶ ଦ୍ୱାରରେ ମୁଖ୍ୟ ତୋରଣ, ଶାୈଚାଳୟ, ଉଦ୍ୟାନ, ଟି-ହାଉସ ଓ ପାହାଚ ନିର୍ମାଣ ଆଦି ହୋଇଛି। କିନ୍ତୁ ପାନୀୟ ଜଳ ଓ ବିଦ୍ୟୁତ୍‌ ସମସ୍ୟାର ପ୍ରତିକାର ହୋଇନାହିଁ। ପାନୀୟ ଜଳ ସୁବିଧା ନ ଥିବାରୁ ପାଇଖାନା କାମରେ ଆସୁନାହିଁ । କୁଶଭଦ୍ରା ନଦୀରେ ଆଡିବନ୍ଧ ନିର୍ମାଣ ହେଉ ନ ଥିବାରୁ ୫ଏକର ଆୟତ୍ତନବିଶିଷ୍ଟ ମେଳାପଡିଆ ନଦୀଗର୍ଭରେ ଲୀନ ହେବାକୁ ବସିଛି। ମେଳା ପୂର୍ବରୁ ଏସବୁ ସମସ୍ୟାର ସମାଧାନ କରିବାକୁ ସ୍ଥନୀୟ ବାସୁଦେବ ଟ୍ରଷ୍ଟର ମ୍ୟାନେଜର ବିଜୟ କୁମାର ବାରିକ୍‌, ସଭାପତି ପ୍ରଫୁଲ୍ଲ କୁମାର ଖିଲାର, କବି ଇନ୍ଦ୍ରମଣି ବିନ୍ଧାଣୀ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବି କରିଛନ୍ତି।
ଉଲ୍ଲେଖନୀୟ, ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବନବାସ ସମୟରେ ମଧ୍ୟମ ଭ୍ରାତା ଭୀମ ଏଠାରେ କୀଚକଙ୍କୁ ବଧ କରିଥିବା କୁହାଯାଏ। ଏହି କିମ୍ବଦନ୍ତୀ ଆଧାରରେ ଶମୀବୃକ୍ଷ ପାହଡ଼ରେ ପଞ୍ଚୁପାଣ୍ଡବ ଓ ଦ୍ରୌପଦୀଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଇଆସୁଛି। ଏହାର ପାଦଦେଶରେ ଶ୍ରୀ ଶ୍ରୀ ବାସୁଦେବ ମହାପ୍ରଭୁଙ୍କ ମନ୍ଦିର, ପ୍ରଖ୍ୟାତ ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଦ୍ୱାରା ସ୍ଥାପିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରାଯାଉଛି। ଏହାସତ୍ତ୍ୱେ ୫ ବର୍ଷ ତଳେ ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୧ କୋଟି ୧୫ ଲକ୍ଷ ଟଙ୍କାର ଏକ ପ୍ଲାନ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଯାଇଥିଲେ ବି ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପଯର୍‌ୟଟନ ଅଧିକାରୀ ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ମିଳିଥିବା ସହାୟତା ଅନୁଯାୟୀ ବ୍ୟୟବରାଦ ଅନୁସାରେ ଉନ୍ନୟନ କାର୍ଯ୍ୟ କରାଯାଉଛି ଏବଂ ପୀଠର ସାମଗ୍ରିକ ବିକାଶ ଲାଗି ଏକ ଅଟକଳ ପ୍ରସ୍ତୁତ କରି ବିଭାଗକୁ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri