ପର୍ଯ୍ୟଟନ କ୍ଷେତ୍ର କୁପାରୀକୁ ପ୍ରଦୂଷଣମୁକ୍ତ ଲାଗି ପ୍ରୟାସ :  ଅଣ୍ଟା ଭିଡିଲେ ବିଭିନ୍ନ ସଙ୍ଗଠନ

ଖଇରା, ୧୧।୮(ଡି.ଏନ.ଏ.)-୧୯୯୯ ମସିହାରୁ କୁପାରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି ସତ, ହେଲେ ସେଭଳି କିଛି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ ା ଏଭଳିକି ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଏହି ପୀଠକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ସରକାରୀ ବା ବେସରକାରୀ ସ୍ତରରେ କୌଣସି ଉଦ୍ୟମ କରାଯାଇ ନ ଥିଲା ା ଏହି କ୍ଷେତ୍ରକୁ ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରିବାକୁ ସ୍ଥାନୀୟ କୁପାରୀ ମହାବିଦ୍ୟାଳୟର ବାଳିକା ଓ ବାଳକ ବିଭାଗର ଏନଏସ୍‌ଏସ୍‌ ୟୁନିଟ, କୁପାରୀ ବଣିକ ସଂଘ, ଶୂନ୍ୟବ୍ରହ୍ମ ଡ୍ରାଇଭର ସଂଘ ଓ କୁପାରୀ ପଞ୍ଚାୟତ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି ା ୯ ତାରିଖରୁ କୁପାରୀ ବଜାରର ବିଭିନ୍ନ ପୁରାତନ ମନ୍ଦିର ଓ ମଠ, ବୌଦ୍ଧ ଓ ଜୈନ କୀର୍ତ୍ତି ନିକଟରେ ଆବର୍ଜନା ହଟାଇବା ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ ପରିବେଶ ଗଠନ ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ା ପ୍ରଥମ ପର୍ଯ୍ୟାୟରେ ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ା ଏହି ୭ ଦିନ ମଧ୍ୟରେ ଉପରୋକ୍ତ ୪ଟି ସଂସ୍ଥାର ସ୍ବେଛାସେବୀ, ଅଧିକାରୀ, ଲୋକପ୍ରତିନିଧିମାନେ ଏକତ୍ର ଭାବେ ସମଗ୍ର କୁପାରୀ ଅଞ୍ଚଳକୁ ଆବର୍ଜନା ମୁକ୍ତ କରିବେ ା ବ୍ୟବସାୟୀ ମାନଙ୍କୁ ମଧ୍ୟ ସଚେତନ କରାଯିବ ା ପରବର୍ତ୍ତୀ ସମୟରେ ଯେଉଁମାନେ ଏହାକୁ ଠିକ ଭାବେ ପାଳନ କରିବେ ସେମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା, ଅମାନ୍ୟକାରୀଙ୍କୁ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିବା ନେଇ କାର୍ଯ୍ୟକ୍ରମର ସଂଯୋଜକ ବିଶ୍ୱରଞ୍ଜନ ମହାପାତ୍ର କହିଛନ୍ତି। ସମ୍ପର୍କରେ ସାଧାରଣ ଲୋକଙ୍କ ଅବଗତ ପାଇଁ ଏକ ବୋର୍ଡ ଲଗାଯାଇଛି ା କୁପାରୀ ମହତାବ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ବାଳିକା ବିଭାଗ ମୁଖ୍ୟ ମାଳତୀଲତା ହାତୀ, ବାଳକ ବିଭାଗ ମୁଖ୍ୟ ଦୀପକ କୁମାର ଦାସ, କୁପାରୀ ପଞ୍ଚାୟତ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ରାଉତ, ଡ୍ରାଇଭର ସଂଘର ସଭାପତି ବସନ୍ତ ଜେନା ଓ ସମ୍ପାଦକ ରମେଶ ସାମଲ,ବଣିକ ସଂଘର ସଭାପତି ଅଶୋକ କୁମାର ଗୁପ୍ତା, ଶରତ ବିଶ୍ୱାଳ,ଭଗବାନ ସାହୁ ପ୍ରମୁଖ ଏହି ସଚେତନତା କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri