ପର୍ଯ୍ୟଟନସ୍ଥଳୀର ମାନ୍ୟତା ଅପେକ୍ଷାରେ ମୀନାଝୋଲା

ଚନ୍ଦ୍ରପୁର, ୯ା୧୨ (ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତରେ ରହିଛି ମୀନାଝୋଲା ଶୈବପୀଠ। ପ୍ରତିବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ା ଏମିତି କି ଶିବରାତ୍ରିରେ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସମଗ୍ର ଅଞ୍ଚଳରେ ଜନସଧାରଣଙ୍କ ତରଫରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ହନୁମନ୍ତପୁର ପଞ୍ଚାୟତର ରାଇବିଡି ଛକଠାରୁ ୭ କି.ମି. ଏବଂ ଗୁଡାରୀ ବ୍ଲକଠାରୁ ଭାୟା ସିରିଗୁଡା ଦେଇ ୨୦ କି.ମି. ଦୂରରେ ଏହି ମୀନାଝୋଲା ଅବସ୍ଥିତ। ଚନ୍ଦ୍ରପୁର ବ୍ଲକ ସଦର ମହକୁମାଠାରୁ ୨୨ କି.ମି. ଓ ମୁନିଗୁଡା ବ୍ଲକଠାରୁ ଭାୟା ଡାଙ୍ଗସୋରଡା ଦେଇ ୪୭ କି.ମି. ଦୂରତାରେ ରହିଛି ଏହି ଶୈବପୀଠ। ବଂଶଧାରା, ଚାଉଳିଆ, ଫଳଫଳିଆ ତିନୋଟି ନଦୀର ସଂଗମରେ ୧୫୦ ମିଟର ଗର୍ତ୍ତରେ ପଥରର ଏକ ମୀନ ଆକୃତିର ମହାଦେବ ଏଠାରେ ପୂଜା ପାଉଛନ୍ତି ା ଏହି ଶୈବପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନଲୋଭା। ବର୍ଷର ଅଧିକାଂଶ ସମୟ ଲୋକେ ଏଠାକୁ ବଣ ଭୋଜି କରିବା ପାଇଁ ଆସିଥାନ୍ତି। ପଥର ମଧ୍ୟଭାଗରେ ଥିବା ଶିବ ଲିଙ୍ଗକୁ ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ତିନିଦିନ ଧରି ମହା ଆଡମ୍ବରରେ ପୂଜା କରାଯାଇଥାଏ। ଏଠାରେ ପୂଜାର୍ଚ୍ଚନା କଲେ ବହୁ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଯଦି କାହାର ପୁତ୍ର ସନ୍ତାନ ଜନ୍ମ ନ ହୁଏ ଉକ୍ତ ଦମ୍ପତି ଆସି ନଦୀ ପାର୍ଶ୍ୱରେ ରାତ୍ରିଯାପନ କଲେ ପୁତ୍ର ସନ୍ତାନ ଲାଭ ହୁଏ ବୋଲି ବହୁ ପୁରାତନ ଲୋକକଥାରୁ ଶୁଣିବାକୁ ମିଳେ । ଏଠାକୁ ଯିବା ପାଇଁ ବର୍ତ୍ତମାନ ଦୁଇବର୍ଷ ହେଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନଦୀ ପାର୍ଶ୍ୱ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହୋଇଛି। ବ୍ଲକ୍‌ ପ୍ରଶାସନ ତରଫରୁ ପାହାଚ ନିର୍ମାଣ କରାଯାଇଛି। ୭ ବର୍ଷ ପୂର୍ବେ ବ୍ଲକ ପ୍ରଶାସନ ତରଫରୁ ନଦୀ କୂଳକୁ ଯିବା ପାଇଁ ୭୨ଟି ପାହାଚ ସିମେଣ୍ଟରେ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସିଲାଣି। ଏହାର ମରାମତି ପାଇଁ ଚନ୍ଦ୍ରପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭୀମ ଗଗେରେଙ୍ଗା ଦାବି କରିଛନ୍ତି। ଏଠାରେ ଶ୍ରଦ୍ଧାଳୁଙ୍କ ପିଇବା ପାଣି ପାଇଁ ନଳକୂପର ବ୍ୟବସ୍ଥା ନାହିଁ ା ବହୁ ବର୍ଷ ପୂର୍ବରୁ ଛୋଟ ଆଶ୍ରୟସ୍ଥଳୀ ବ୍ଲକ ତରଫରୁ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଭାଙ୍ଗି ନଷ୍ଟ ହେବାକୁ ବସିଲାଣି। ଶୀଘ୍ର ଏହାର ଉନ୍ନତୀକରଣ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ଏହାକୁ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଚନ୍ଦ୍ରପୁର ବ୍ଲକର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାମନାଥ ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri