ପର୍ଯ୍ୟଟନସ୍ଥଳୀର ମାନ୍ୟତା ଅପେକ୍ଷାରେ ମୀନାଝୋଲା

ଚନ୍ଦ୍ରପୁର, ୯ା୧୨ (ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତରେ ରହିଛି ମୀନାଝୋଲା ଶୈବପୀଠ। ପ୍ରତିବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ା ଏମିତି କି ଶିବରାତ୍ରିରେ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସମଗ୍ର ଅଞ୍ଚଳରେ ଜନସଧାରଣଙ୍କ ତରଫରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ହନୁମନ୍ତପୁର ପଞ୍ଚାୟତର ରାଇବିଡି ଛକଠାରୁ ୭ କି.ମି. ଏବଂ ଗୁଡାରୀ ବ୍ଲକଠାରୁ ଭାୟା ସିରିଗୁଡା ଦେଇ ୨୦ କି.ମି. ଦୂରରେ ଏହି ମୀନାଝୋଲା ଅବସ୍ଥିତ। ଚନ୍ଦ୍ରପୁର ବ୍ଲକ ସଦର ମହକୁମାଠାରୁ ୨୨ କି.ମି. ଓ ମୁନିଗୁଡା ବ୍ଲକଠାରୁ ଭାୟା ଡାଙ୍ଗସୋରଡା ଦେଇ ୪୭ କି.ମି. ଦୂରତାରେ ରହିଛି ଏହି ଶୈବପୀଠ। ବଂଶଧାରା, ଚାଉଳିଆ, ଫଳଫଳିଆ ତିନୋଟି ନଦୀର ସଂଗମରେ ୧୫୦ ମିଟର ଗର୍ତ୍ତରେ ପଥରର ଏକ ମୀନ ଆକୃତିର ମହାଦେବ ଏଠାରେ ପୂଜା ପାଉଛନ୍ତି ା ଏହି ଶୈବପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନଲୋଭା। ବର୍ଷର ଅଧିକାଂଶ ସମୟ ଲୋକେ ଏଠାକୁ ବଣ ଭୋଜି କରିବା ପାଇଁ ଆସିଥାନ୍ତି। ପଥର ମଧ୍ୟଭାଗରେ ଥିବା ଶିବ ଲିଙ୍ଗକୁ ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ତିନିଦିନ ଧରି ମହା ଆଡମ୍ବରରେ ପୂଜା କରାଯାଇଥାଏ। ଏଠାରେ ପୂଜାର୍ଚ୍ଚନା କଲେ ବହୁ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଯଦି କାହାର ପୁତ୍ର ସନ୍ତାନ ଜନ୍ମ ନ ହୁଏ ଉକ୍ତ ଦମ୍ପତି ଆସି ନଦୀ ପାର୍ଶ୍ୱରେ ରାତ୍ରିଯାପନ କଲେ ପୁତ୍ର ସନ୍ତାନ ଲାଭ ହୁଏ ବୋଲି ବହୁ ପୁରାତନ ଲୋକକଥାରୁ ଶୁଣିବାକୁ ମିଳେ । ଏଠାକୁ ଯିବା ପାଇଁ ବର୍ତ୍ତମାନ ଦୁଇବର୍ଷ ହେଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନଦୀ ପାର୍ଶ୍ୱ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହୋଇଛି। ବ୍ଲକ୍‌ ପ୍ରଶାସନ ତରଫରୁ ପାହାଚ ନିର୍ମାଣ କରାଯାଇଛି। ୭ ବର୍ଷ ପୂର୍ବେ ବ୍ଲକ ପ୍ରଶାସନ ତରଫରୁ ନଦୀ କୂଳକୁ ଯିବା ପାଇଁ ୭୨ଟି ପାହାଚ ସିମେଣ୍ଟରେ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସିଲାଣି। ଏହାର ମରାମତି ପାଇଁ ଚନ୍ଦ୍ରପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭୀମ ଗଗେରେଙ୍ଗା ଦାବି କରିଛନ୍ତି। ଏଠାରେ ଶ୍ରଦ୍ଧାଳୁଙ୍କ ପିଇବା ପାଣି ପାଇଁ ନଳକୂପର ବ୍ୟବସ୍ଥା ନାହିଁ ା ବହୁ ବର୍ଷ ପୂର୍ବରୁ ଛୋଟ ଆଶ୍ରୟସ୍ଥଳୀ ବ୍ଲକ ତରଫରୁ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଭାଙ୍ଗି ନଷ୍ଟ ହେବାକୁ ବସିଲାଣି। ଶୀଘ୍ର ଏହାର ଉନ୍ନତୀକରଣ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ଏହାକୁ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଚନ୍ଦ୍ରପୁର ବ୍ଲକର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାମନାଥ ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri