ପର୍ଯ୍ୟଟନସ୍ଥଳୀରେ ମିଳୁନି ବିଶୁଦ୍ଧ ପାନୀୟଜଳ

କେନ୍ଦୁଝର, ୧୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ଅନେକଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ୧୭ଟି ପର୍ଯ୍ୟଟନସ୍ଥଳୀ ସରକାରୀ ମାନ୍ୟତା ପାଇ ସାରା ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି। ଏଥିମଧ୍ୟରୁ ଜିଲାର କେତୋଟି ପର୍ଯ୍ୟଟନସ୍ଥଳୀ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ପର୍ଯ୍ୟଟନସ୍ଥଳୀଗୁଡିକରେ ଅନ୍ୟାନ୍ୟ ସୁବିଧା ସୁଯୋଗ ସାଙ୍ଗକୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ପର୍ଯ୍ୟଟକ ରୋଷେଇ ପାଇଁ ଏବଂ ପିଇବା ପାଇଁ ସାଙ୍ଗରେ ଶୁଦ୍ଧ ପାନୀୟ ଜଳ ଆଣୁୁଥିବା ନଜରକୁ ଆସୁଛି। କେନ୍ଦୁଝର ଜିଲା ଏକ ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଜଣାଶୁଣା। ଜିଲାର ବିଭିନ୍ନ ନଦୀ ନାଳରେ ମ୍ୟାଲେରିଆ ଜୀବାଣୁ ପ୍ରବାହିତ ହେଉଥିବା ଅନେକ ସମୟରେ ଖବର କାଗଜରେ ପୃଷ୍ଠା ମଣ୍ଡନ କରିଥାଏ। ତେଣୁ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପାଣି ପିଇବାକୁ ସଙ୍କୋଚ ପ୍ରକାଶ କରୁଥିବାବେଳେ ଶୁଦ୍ଧ ପାନୀୟ ଜଳର ଅଭାବ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। କେତୋଟି ପର୍ଯ୍ୟଟନସ୍ଥଳକୁ ଛାଡି ଦେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାନୀୟଜଳର ସେପରି କୌଣସି ବ୍ୟବସ୍ଥା ନାହିଁ। ପାନୀୟଜଳ ତ ଛାଡ଼ ସ୍ଥାନ ଗୁଡ଼ିକର ମଧ୍ୟ ସେପରି କୌଣସି ବିକାଶ ହେଉନାହିଁ। ଯେଉଁ କେତେକ ସ୍ଥାନରେ ନଳକୂପ ସ୍ଥାପନ ହୋଇଛି, କେଉଁଠି ତାହା ଭାଙ୍ଗି ରୁଜି ଗଲାଣି ତ ଆଉ କେଉଁଠି ଅଚଳ ହୋଇ ପଡିଲାଣି। କେତେକ ସ୍ଥାନର ନଳକୂପରେ ଲୌହଯୁକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଜିଲାକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ଆଗମନ କାରଣରୁ ଏହି ଶିଳ୍ପ ଉପରେ ନିର୍ଭରଶୀଳ ବ୍ୟବସାୟୀ, ସାଧାରଣ ଲୋକ, ଗାଡିମୋଟର ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ଛୋଟ ଦୋକାନୀ ସମେତ ଅନେକ ଲୋକ କର୍ମସଂସ୍ଥାନ ପାଇଥାନ୍ତି। କିନ୍ତୁ ପର୍ଯ୍ୟଟକମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ପର୍ଯ୍ୟଟନସ୍ଥଳୀଗୁଡିକରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ ବୋଲି ମତପୋଷଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri