Posted inଫୁରସତ

ପର୍ଯ୍ୟଟନରେ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ: କେବେ ଯିବେ,କେମିତି ଯିବେ, କ’ଣ ଦେଖିବେ

ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ। ତେଣୁ ଏହାକୁ ଏକ ହାତୀ ସଂରକ୍ଷଣ କେନ୍ଦ୍ର କହିଲେ ମଧ୍ୟ ଭୁଲ୍‌ ହେବନାହିଁ।

ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ପରିଚିତ। ପ୍ରାୟ ୩୫୭ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢିଉଠିଥିବା ଏହି ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌ କରି ଏଠାରେ ହାତୀଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ସେମାନଙ୍କ ସଂଖ୍ୟା ଏଠି ଟିକେ ଅଧିକ ରହିଥାଏ। ସେହି ଦୃଷ୍ଟିରୁ ଏହାକୁ କେହି କେହି ହାତୀ ସଂରକ୍ଷଣ କେନ୍ଦ୍ର ବୋଲି ମଧ୍ୟ କହିଥାନ୍ତି।

ଇତିହାସ
ଇତିହାସରୁ ଯାହା ଜଣାଯାଏ, ପୂର୍ବେ ଏହି ସ୍ଥାନରେ ଗୋଟିଏ ହେଲେ ବି ହାତୀ ନ ଥିଲେ। କିନ୍ତୁ ଘଞ୍ଚ ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଏଠାକାର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ଧୀରେ ଧୀରେ ଅନ୍ୟ ଅଞ୍ଚଳରୁ ହାତୀମାନେ ଆସି ଏଠାରେ ସେମାନଙ୍କର ବଂଶ ବିସ୍ତାର କରିବାକୁ ଲାଗିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରକାର ଅବଗତ ହେବା ପରେ ସେମାନଙ୍କର ସୁରକ୍ଷା ପାଇଁ ଉଦ୍ୟମ କରିବା ସହ ଶେଷରେ ୧୯୯୦ ମସିହାରେ ଏଠାରେ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଗଢ଼ିବାରେ ସଫଳ ହୋଇଥିଲେ। ସେବେଠାରୁ ଏଠାରେ ହାତୀଙ୍କ ସମେତ ଅନ୍ୟ ପଶୁପକ୍ଷୀଙ୍କୁ ବି ସୁରକ୍ଷା ଦିଆଯାଇ ଆସୁଅଛି।

କେବେ ଯିବେ
ବର୍ଷର ଯେ କୌଣସି ସମୟରେ ଏହି ଅଭୟାରଣ୍ୟକୁ ଯିବାପାଇଁ ସୁବିଧା ରହିଛି। ତେବେ ପାଣିପାଗ ଦୃଷ୍ଟିକୋଣରୁ ଦେଖିଲେ ଖରାଦିନେ ଏଠାରେ ଟିକେ ଅଧିକ ଗରମ ଅନୁଭୂତ ହୋଇଥାଏ। ସେହିପରି ବର୍ଷାରେ ବୁଲିବାକୁ ବି ଅନେକେ ପସନ୍ଦ କରି ନଥାନ୍ତି। ତେଣୁ ଏସବୁକୁ ଧ୍ୟାନରେ ରଖି ଅକ୍ଟୋବରରୁ ମାର୍ଚ୍ଚ ହେଉଛି ଏଠାକୁ ଯିବାପାଇଁ ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଏହି ଅଭୟାରଣ୍ୟକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ଏହାର ନିକଟତମ ମୁଖ୍ୟ ବିମାନବନ୍ଦର ହେଉଛି ବାଙ୍ଗାଲୋର, ଯାହା ପ୍ରାୟ ୧୬୦ କି.ମି. ଦୂରରେ ଅବସ୍ଥିତ। ସେହିପରି ମୁଖ୍ୟ ରେଳଷ୍ଟେଶନ ହେଉଛି ଭେଲୋର କାଟପାଡି ଜଙ୍କଶନ୍‌, ଯାହା ପ୍ରାୟ ୬୫ କି.ମି. ଦୂରରେ ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଯିବାପାଇଁ ଟୁରିଷ୍ଟ ବସ୍‌ର ଭଲ ବ୍ୟବସ୍ଥା ଉପଲବ୍ଧ ଅଛି।

କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ଅନେକ ହାତୀଙ୍କୁ ଦେଖିବା ସହ ବହୁ ବିରଳ ପଶୁପକ୍ଷୀ ବି ଦେଖିବାର ସୁଯୋଗ ପାଇଥାନ୍ତି। ଯେମିତିକି ଚିତ୍ରାହରିଣ, ଭାଲୁ, ଚିତାବାଘ, ଚୌଶିଙ୍ଗା, ଶମ୍ବର, ଜଙ୍ଗଲୀ ଘୁଷୁରି, ଜଙ୍ଗଲୀ ବିଲେଇ, ଗଧିଆ, ଝିଙ୍କ, ଜଙ୍ଗଲୀ ମାଙ୍କଡ଼, ଜଙ୍ଗଲୀ କୁକୁଡା ଇତ୍ୟାଦି । ସେହିପରି ଏଠାରେ ଦେଖିବାକୁ ମିଳୁଥିବା ଚିତ୍ରା କଇଁଛ ହେଉଛି ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ଅଭୟାରଣ୍ୟ ମଧ୍ୟରେ ଝରଣା ତଥା ଜଳାଶୟ ଥିବାରୁ, ବହୁ ବିଦେଶୀ ପକ୍ଷୀ ବି ଏଠାକୁ ଆକୃଷ୍ଟ ହୋଇ ଉଡି ଆସିଥାନ୍ତି। ସେଥିପାଇଁ ଏଠାରେ ବହୁ ବିଦେଶୀ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି ପର୍ଯ୍ୟଟକ।

ଅନ୍ୟାନ୍ୟ ଆକର୍ଷଣ

ଏହି ଅଭୟାରଣ୍ୟ ନିକଟରେ କଲ୍ୟାଣ ରେଭୁ ଏବଂ କାଇଗାଲ୍‌ ନାମକ ଦୁଇଟି ପ୍ରମୁଖ ଝରଣା ଦେଖିବାକୁ ମିଳିଥାଏ। ଜଙ୍ଗଲ ପରିବେଷ୍ଟିତ ଏହି ଝରଣା ନିକଟରେ ପିକ୍‌ନିକ୍‌ କରିବା ପାଇଁ ପର୍ଯ୍ୟଟକ ଖୁବ୍‌ ଭଲ ପାଇଥାନ୍ତି। ତେଣୁ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବୁଲି ପଶୁପକ୍ଷୀଙ୍କୁ ଦେଖିବା ସହ ଉକ୍ତ ଝରଣା ନିକଟରେ ଆସି ପିକ୍‌ନିକ୍‌ କଲେ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri