ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ

ପାଟଣାଗଡ଼,୨୨।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ତାଙ୍କୁ ଜଣେ ଶିକ୍ଷକ ବାଡ଼ିରେ ମରଣାନ୍ତକ ଆକ୍ରମଣ କରିବା ଯୋଗୁ ସେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଖବରଦାତାଙ୍କୁ ଉଦ୍ଧାର କରିବା ସହ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ କରୁଛି।