ପରିବେଶ ସୁରକ୍ଷା ଏକ ସାମଗ୍ରିକ ଦାୟିତ୍ୱ

ବଲାଙ୍ଗୀର ଅଫିସ, ୧୪ା୭ – ପରିବେଶ ସୁରକ୍ଷା ଜଣକର କାମ ନୁହେଁ ା ଏଥିପାଇଁ ଜନସହଭାଗିତା ଆବଶ୍ୟକ ା ଆମେ ଆମର ଉତ୍ତରପିଢ଼ୀ ପାଇଁ ପରିବେଶକୁ ହିଁ ଅକ୍ଷତ ଭାବେ ହସ୍ତାନ୍ତର କରିବାକୁ ହେବ ା ଏହା ହିଁ ହେବ ଆମ ଉତ୍ତରପିଢ଼ୀଙ୍କ ପାଇଁ ସର୍ବଶ୍ରେଷ୍ଠ ଅବଦାନ ା ଏଣୁ ପରିବେଶ ସୁରକ୍ଷା କେବଳ ଏକ ବିଚାର ନହୋଇ ଏକ ସାମଗ୍ରିକ ଦାୟିତ୍ୱ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍‌ ପ୍ରଫେସର ଧ୍ରୁବରାଜ ନାଏକ ପ୍ରକାଶ କରିଛନ୍ତି ା
ଇନ୍‌ଟାକ୍‌ ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ପରିବେଶ ସୁରକ୍ଷା ଏକ ସାମଗ୍ରିକ ବିଚାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକଭାବେ ପ୍ରଫେସର ନାଏକ ଓ ଅନ୍ୟତମ ବକ୍ତାଭାବେ ଡ. ବିଏନ୍‌ ଶ୍ରୀକାନ୍ତ ଯୋଗଦାନ କରିଥିଲେ ା ପ୍ରଥମେ ଇନ୍‌ଟାକ୍‌ ବଲାଙ୍ଗୀର ଶାଖାର ଆବାହକ ପ୍ରଫେସର ଡ ଶିବପ୍ରସାଦ ନନ୍ଦ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ା ଦିନକୁ ଦିନ ପରିବେଶ ପ୍ରଦୂଷଣ କିଭଳି ଭୟାନକ ରୂପ ନେଉଛି କହିଥିଲେ ା ସଭାରେ ଆଡଭୋକେଟ୍‌ ଶଶୀଭୂଷଣ ପୁରୋହିତ ସଂଯୋଜନା କରିଥିଲେ ା ମୁଖ୍ୟ ଆଲୋଚକ ନାଏକ କହିଥିଲେ ଯେ, ଜନସଂଖ୍ୟା ବିସ୍ଫୋରଣ ଓ କ୍ରମାଗତ ଜଙ୍ଗଲ ହ୍ରାସ ପୃଥିବୀକୁ ସଙ୍ଗୀନସ୍ଥିତିକୁ ଆଣି ଥୋଇଛି ା ବାୟୁ ପ୍ରଦୂଷଣ, ଜଳ ଅଭାବ ଓ କାର୍ବନ୍‌ ଡାଇଅକ୍‌ସାଇଡ୍‌ ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ନିଶ୍ୱାସ ନେବା ବିପଦପୂର୍ଣ୍ଣ ହୋଇପଡିଲାଣି ା ଏଭଳି ସ୍ଥିତିରେ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ନଦେଇ ଜନସହଭାଗିତାରେ ଜଙ୍ଗଲ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ା ଦାୟିତ୍ୱବାନ୍‌ ଭାବେ ଆବଶ୍ୟକ ମୁତାବକ କମ୍‌ ଶକ୍ତି ବିନିଯୋଗ କରିବା ଉପରେ ଜୋର ଦେଇଥିଲେ ା ଏହି ଅବସରରେ ନିଜ ଦିବଙ୍ଗତ୍‌ ପୁତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିତ୍ବା ଝାରସୁଗୁଡା ଜିଲାର ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଅଭିଯାନକୁ ନେଇ ସେ କରୁଥିତ୍ବା ସଚେତନତା କାର୍ଯ୍ୟ ଓ ଏଥିରେ ଜନସହଭାଗିତା ଉପରେ କହିଥିଲେ ା ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ଧାରୀ ଭାଗବତ ଜରିଆରେ ଜଙ୍ଗଲ ସୁରକ୍ଷା ସଚେତନତା ଉପରେ କହିଥିଲେ ା ଅନ୍ୟତମ ଆଲୋଚକ ଡ ଶ୍ରୀକାନ୍ତ ତାଙ୍କ ବକ୍ତବ୍ୟରେ ଜନସଂଖ୍ୟା ବିସ୍ଫୋରଣର ପ୍ରଭାବ ଓ ପ୍ରାକୃତିକ ଉପାୟରେ କୃଷି କାର୍ଯ୍ୟ ଓ ଖତ ତିଆରି ଉପରେ କହିଥିଲେ ା ସୌରଶକ୍ତିରେ ରନ୍ଧନ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ା ପରେ ପ୍ରଫେସର ପତି ସଭାପତୀୟ ଅଭିଭାଷଣ ରଖି ମଣିଷର ଲୋଭ ଆଜି ପରିବେଶ ଉପରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ ା ନିଜ ପରିବେଶ ପ୍ରତି ସଦୟ ହୋଇ ସଚେତନତାମୂଳକ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri